ଟିହରୀ : ଉତ୍ତରାଖଣ୍ଡରେ ବର୍ଷାର ପ୍ରକୋପ ଜାରି ରହିଛି। ଏଠାରେ ଶନିବାର ଟିହରୀ ଜିଲ୍ଲା ତିନଗଡ଼ ଗାଁରେ ଭୂ-ସ୍ଖଳନ ହୋଇଛି। ତେବେ ଏହି ଭୀଷଣ ପ୍ରାକୃତିକ ଦୁର୍ବିପାକରେ କେହି ମୃତାହତ ହେବାର ଖବର ନାହିଁ। ଭୂ-ସ୍ଖଳନ ସୂଚନା ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆଖପାଖର ୫୦୦ ମିଟର ଅଞ୍ଚଳକୁ ଖାଲି କରିଦେଇଛନ୍ତି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ଏହି ଭୂ-ସ୍ଖଳନର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଭାଇରାଲ ହୋଇଯାଇଛି।
उत्तराखंड में बारिश का कहर जारी है, यहां शनिवार को टिहरी जिले के तिनगढ़ गांव में लैंडस्लाइड हुआ। pic.twitter.com/UWv0ggMYTd
— Amit Kasana (@amitkasana6666) July 27, 2024
ସୂଚନା ଅନୁସାରେ ଭୁ-ସ୍ଖଳନ ଯୋଗୁ ଗାଁର ପାଖାପାଖି ୧୫ଟି ଘର ପୋତି ହୋଇପଡିଛି। ତେବେ ଘର ପୋତି ହେବା ଆଗରୁ ଏଥିରେ ବସବାସ କରୁଥିବା ଲୋକେ ଘର ଖାଲି କରିଦେଇଥିଲେ। ତେବେ ସେମାନଙ୍କ ଆସବାବପତ୍ର , ଖାଦ୍ୟପଦାର୍ଥ ଓ ପୋଷାକ ଘର ସହ ପୋତି ହୋଇଯାଇଛି। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳ ଆଖପାଖର ସ୍କୁଲକୁ ୨୯ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡର ପୃଥକ ପୃଥକ ଅଞ୍ଚଳରେ ଏବେ ରହି ରହି ବର୍ଷା ହେଉଛି। ଅନେକ ସ୍ଥାନରେ ଭୂ-ସ୍ଖଳନ ଓ ପାଣି ଜମା ହୋଇ ରହିବା ଯୋଗୁ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି।