ନୂଆଦିଲ୍ଳୀ, ୧୬/୧୨: ମଲେସିଆରେ ଏକ କ୍ୟାମ୍ପ ସାଇଟ୍ରେ ଭୂସ୍ଖଳନ ଯୋଗୁଁ ୨ ଜଣ ମୃତ୍ୟୁ ହୋଇଛି। ୫୦ ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଭୂସ୍ଖଳନ ରାଜଧାନୀ କ୍ବାଲାଲମପୁର ଉପକଣ୍ଠ ସେଲନଗୋରରେ ରାତି ୩ ଟା ସମୟରେ ହୋଇଛି। ରାଜ୍ୟ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, କ୍ୟାମ୍ପିଂ ସୁବିଧା ଯୋଗାଉଥିବା ଏକ ଫାର୍ମହାଉସ୍ ଭୂସ୍ଖଳନରେ ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି ।
ବିଭାଗ ତରଫରୁ କୁହାଯାଇଛି ଯେ, ୭୯ ଜଣ ଭୂସ୍ଖଳନରେ ପ୍ରଭାବିତ ହୋଇଛନ୍ତି। ଯେଉଁମାନଙ୍କୁ ମଧ୍ୟରୁ ୨୩ ଜଣକୁ ଉଦ୍ଧାର କରିାଯାଇଛି। ଏହା ସହ ଦୁଇ ଜଣକ ମୃତ ଦେହ ଉଦ୍ଧାର କରାଯିବା ସହ ତିନି ଜଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୫୧ ଜଣ ଏବେବି ନଖୋଜ ଅଛନ୍ତି। ଏହି ଭୂସ୍ଖଳନ ଯୋଗୁଁ ଏକ ଏକର ଅଞ୍ଚଳ ପ୍ରଭାବିତ ହୋଇଛି।