ବେଜିଂ: ଚୀନରେ ପ୍ରାକୃତିକ ବିପର୍ଯ୍ୟୟ । ବର୍ଷା ବିତ୍ପାତ ଯୋଗୁ ପ୍ରାଣ ଅନେକ ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ରବିବାର ଚୀନର ଶାନକ୍ସି ପ୍ରାନ୍ତର ଶିଆନ୍ କ୍ଷେତ୍ରରେ ବାଦଳଫଟା ବର୍ଷା ସହିତ ଭୂ-ସ୍ଖଳନ ହୋଇଥିଲା । ଏଥିରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6ରୁ ଅଧିକ ଲୋକ ନିଖୋଜ ରହିଛନ୍ତି ।
ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟ ମୁତାବକ, ଶୁକ୍ରବାର ପ୍ରାୟ ସଂଧ୍ୟା 6ଟା ସମୟରେ ବର୍ଷା ଆରମ୍ଭ ହୋଇଥିଲା । ଲଗାତାର ବର୍ଷା ଫଳରେ ଶିଆନ୍ ଜିଲ୍ଲାର ଚାଙ୍ଗ ଗାଁରେ ପାହାଡ଼ରୁ ଭୂ-ସ୍ଖଳନ ହୋଇଥିଲା । ପାହାଡ଼ର ଧ୍ବଂସାବଶେଷ ତଳେ ଚାପି ହୋଇଯାଇଥିଲେ ଅନେକ ଲୋକ । ଫଳରେ ଏଥିରେ ପାଖାପାଖି ୨ ଡଜନ ଲୋକ ପ୍ରାଣ ହରାଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଜାତୀୟ ରାଜପଥ ୨୧୦ରେ ଦୁଇଟି ଘର ଓ ୨୧ ଅଂଶ କ୍ଷତିଗ୍ରସ୍ତ ହୋଇଛି ।
wp:embed {"url":"https://www.prameyanews7.com/india-china-to-hold-19th-corps-commander-talks/","type":"wp-embed","providerNameSlug":"prameya-news-7"} /wp:embedଶିଆନ୍ ବ୍ୟୁରୋ ଅଫ୍ ଏମୋରଜେନ୍ସି ମ୍ୟାନେଜମେଣ୍ଟର ସୂଚନା ଅନୁଯାୟୀ, ପ୍ରବାଳ ବର୍ଷା ଝଡ଼ତୋଫାନ ପାଇଁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ତିନୋଟି ବିଜୁଳି ଷ୍ଟ୍ରକ୍ଚର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଛି । ଫଳରେ ୯୦୦ରୁ ଅଧିକ ଘର ତିନିଦିନ ହେଲାଣି ଅନ୍ଧାରରେ ରହିଛି । ପ୍ରାକୃତିକ ବିପର୍ଯ୍ୟୟ ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ଶିଆନ୍ ସହରରେ ଏକ କମାଣ୍ଡ ସେଣ୍ଟର ଖୋଲାଯାଇଛି । ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛି । ୯୩୦ରୁ ଅଧିକ ଉଦ୍ଧାରକାରୀ ଦଳ ସହିତ ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି ।
ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟ ମୁତାବକ, ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଲାଇଫ୍ ଡିଟେକ୍ଟର, ସାଟେଲାଇଟ୍ ଫୋନ୍, ସନ୍ଧାନୀ କୁକୁର, ୧୧ଶହ ଉଦ୍ଧାର ଉପକରଣ ବ୍ୟବହାର କରାଯାଇଛି । ରବିବାର ସଂଧ୍ୟା ସୁଦ୍ଧା ୧୮୬ ଅଧିବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।