ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା; ରୁଦ୍ରପ୍ରୟାଗରେ ଭୂ-ସ୍ଖଳନ ଯୋଗୁ ୫ ଶ୍ରଦ୍ଧାଳୁ ମୃତ

Published By : Prameya-News7 Bureau | August 12, 2023 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା। ରୁଦ୍ରପ୍ରୟାଗ ଜିଲ୍ଲାରେ ଭୂ-ସ୍ଖଳନ ଯୋଗୁ ୫ଜଣଙ୍କ ମୃତ୍ୟୁ ହୋଇଛି । ରୁଦ୍ରପ୍ରୟାଗର ଚୌକି ଫାଟା ଅନ୍ତର୍ଗତ ତରସାଲୀ ନିକଟରେ ଭୂସ୍ଖଳନ ହୋଇଛି । ପାହାଡ଼ର ଧ୍ବଂସାବଶେଷ ଏକ ତୀର୍ଥଯାତ୍ରୀ କାର୍ ଉପରେ ପଡ଼ିବା ଫଳରେ ୫ଜଣ ତୀର୍ଥଯାତ୍ରୀଙ୍କ ପ୍ରାଣ ହରାଇଛନ୍ତି । ମୃତକ ଶ୍ରଦ୍ଧାଳୁମାନେ ଗୁଜରାଟର । କେଦାରନାଥ ଯାଉଥିବା ବେଳେ ଗୁରୁବାର ସଂଧ୍ୟାରେ ଏହି ଘଟଣା ଘଟିଥିଲା ।  

wp:html /wp:html

ଅଧିକାରୀଙ୍କ ସୂଚନା ଅନୁଯାୟୀ,  ତାଲସାଲୀରେ ଭୂସ୍ଖଳନ ହେବା ଫଳରେ ଏକ ବିରାଟକାୟ ପଥର ଖଣ୍ଡ ପାହାଡ଼ରୁ ଖସି କାର୍ ଉପରେ ଚାପି ହୋଇଯାଇଥିଲା । ଏନେଇ ସୂଚନା ମିଳିବା ପରେ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଧ୍ବଂସାବଶେଷ ତଳୁ କାରକୁ ବାହାର କରିଥିଲେ  । ଏହା ସହିତ ୫ ମୃତଦେହକୁ ଜବତ କରିଥିଲେ ।

ଏହି ଘଟଣାକୁ ନେଇ ଏବେ ଯାଞ୍ଚ ଜାରି ରହିଛି । ଜଣେ ଅଧିକାରୀ କହିଛନ୍ତି, ଭୂ-ସ୍ଖଳନ ଯୋଗୁ ଶୁକ୍ରବାର କେଦାରନାଥ ଧାମ ଏବଂ ଗୁପ୍ତକାଶୀ-ଗୌରୀକୁଣ୍ଡ ରାଜମାର୍ଗରେ ଯାତାୟତ ପ୍ରଭାବିତ ହୋଇଥିଲା । ପାହାଡ଼ରୁ ଧ୍ବଂସାବଶେଷ ଖସିବା ଯୋଗୁ ପ୍ରାୟ ୬୦ ମିଟର ରାସ୍ତା ନଷ୍ଟ ହୋଇଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି ।

wp:embed {"url":"https://www.prameyanews7.com/one-person-lost-his-life-in-bhapur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-person-lost-his-life-in-bhapur/
/wp:embed

ରୁଦ୍ରପ୍ରୟାଗ ସମେତ ରାଜ୍ୟ ଅଧିକାଂଶ ଜିଲ୍ଲାରେ କିଛି ଦିନ ହେଲା ବର୍ଷା ଜାରି ରହିଛନ୍ତି । ପାଣିପାଗ ବିଭାଗ, ଉତ୍ତରାଖଣ୍ଡର ଅଧିକାଂଶ ଜିଲ୍ଲାରେ ଅଗଷ୍ଟ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଏବଂ ଅରେଞ୍ଜ ଆଲର୍ଟ ଜାରି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.