Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

କୁମ୍ଭାରୀ ପଦର ଗାଁ ମୁଣ୍ଡ ପାହାଡ଼ରେ ଭୁସ୍ଖଳନ, ସ୍ଥିତି ପରଖିଲେ ଅତିରିକ୍ତ ତହସିଲଦାର

24/09/2022 at 8:37 AM

ବାଲିଗୁଡା ୨୪/୦୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ହତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି କୁମ୍ଭୀର ପଦର ଗ୍ରାମକୁ ଲାଗି ରହିଥିବା ପାହାଡ଼ରେ ଭୁସ୍ଖଳନ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି । ଖବର ପାଇଁ ଦାରିଙ୍ଗବାଡ଼ି ଅତିରିକ୍ତ ତହସିଲଦାର ଭାବେଷ ମାଝୀ ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକ ରଞ୍ଜିତ କୁମାର କହଁର ସମେତ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀ ଘଟଣା ସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି ।

ସୁଚନା ଅନୁଯାୟୀ ଚଳିତ ଲଗାଣ ବର୍ଷାରେ ଗାଁ ମୁଣ୍ଡରେ ଋଷିମାଳ ପାହାଡ଼କୁ ଲାଗି ରହିଥିବା ପାହାଡ଼ ରେ ଭୁସ୍ଖଳନ ଦେଖାଦେଇଛି । ଗତ ବର୍ଷ ମଧ୍ୟ ସେହି ସମାନ ଜାଗାରେ ଭୁସ୍ଖଳନ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ଆଜ ଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ନେଇ ଗ୍ରାମବାସୀ କହିଛନ୍ତି । ଏହି ବର୍ଷ ଅଧିକ ମାତ୍ରାରେ ଭୁସ୍ଖଳନ ହୋଇଛି ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି ।

ପାହାଡ଼ ମୁଣ୍ଡରୁ ପ୍ରାୟ ଏକ କିମି ପାହାଡ଼ ଧସି ଯାଇଥିବାବେଳେ ଅଧ କିମି ରାସ୍ତା ବିଚ୍ଛିନ୍ନ ହୋଇଛି ଯାହା ଫଳରେ ସେହି ରାସ୍ତା ଦେଇ କାଟିଙ୍ଗିଆ, ପଣସ ପଦର, ଗଞ୍ଜାମ ଜିଲ୍ଲାର ସଲିମା ଗୋଛାକୁ ଯାତାୟାତ ବନ୍ଦ ରହିଛି । ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇପ ବିଚ୍ଛେଦ ହୋଇଛି। ସ୍ଥାନେ ସ୍ଥାନେ ପାହାଡ଼ରେ ଗର୍ତ ସୃଷ୍ଟି ହୋଇଛି । ତୁହାକୁ ତୁହା ବର୍ଷା ଲାଗି ରହୁଥିବାରୁ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି । ଏଣୁ ଗ୍ରାମବାସୀ ସମ୍ପୂର୍ଣ୍ଣ ଭୟଭୀତ ଥିବା ବେଳେ ପ୍ରଶାସନ ପଦକ୍ଷେପକୁ ଅନାଇ ବସିଛନ୍ତି ଗ୍ରାମବାସୀ ।

ତୁରନ୍ତ ଏହାର ପଦକ୍ଷେପ ନ ନେଲେ କେତେବେଳେ ଯେ ଏହି ଗ୍ରାମ ଭୂପୃଷ୍ଠରୁ ଲୀନ ହୋଇଯିବ ତାହା କହି ହେଉନି । କେବଳ ପାହାଡ଼ରେ ଭୁସ୍ଖଳନ ସୀମିତ ରହିନାହିଁ ମେରାମା ଛକ ଠାରୁ ତାମାଙ୍ଗି ଯିବା ଘାଟି ରାସ୍ତାର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଥିବା ହେତୁ ଫୁଲବାଣୀରୁ ହତିମୁଣ୍ଡାକୁ ଯାତାୟାତ କରୁଥିବା ସରକାରୀ ବସ୍‌ ଚଳାଚଳ ଗତ କିଛିଦିନ ହେଲା ବନ୍ଦ ରହିଥିବା ଜଣାପଡ଼ିଛି ।

   Related Posts