ସୁନା ଖଣିରେ ଭୟଙ୍କର ଭୂ-ସ୍ଖଳନ; ମାଟି ତଳେ ଚାପି ହୋଇ ୧୨ ମୃତ, ୧୮ ନିଖୋଜ

Published By : Prameya-News7 Bureau | July 08, 2024 IST

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୟଙ୍କର ଭୂ-ସ୍ଖଳନ । ସୁଲାଓ୍ବାସୀ ଦ୍ବୀପରେ ଏହି ଭୂ-ସ୍ଖଳନ ହୋଇଛି । ପ୍ରବଳ ବର୍ଷା ଯୋଗୁ ସୁନା ଖଣିରେ ମାଟି ଧସିବା ଫଳରେ ୧୨ଜଣ ମୃତ୍ୟୁ ହୋଇଛି । ସେହିପରି ୧୮ଜଣଙ୍କ ପତ୍ତା ମିଳୁନାହିଁ । ଉଦ୍ଧାରକାରୀ ଦଳ ଘଟଣସ୍ଥାଳରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । 

ସୂଚନା ସୁଲାଓ୍ବାସୀର ଏକ ବେଆଇନ ସୁନା ଖଣିରେ ଏହି ଭୂ-ସ୍ଖଳନ ହୋଇଛି । ଲଗାଣ ବର୍ଷା ଯୋଗୁ ଖଦାନରେ ମାଟି ଅତଡ଼ା ଭୁଶୁଡ଼ି ପଡ଼ିଥିଲା । ଫଳରେ ଏହି ସମୟରେ ବେଆଇନ ଉତ୍ତୋଳନରେ ନିୟୋଜିତ ଥିବା କିଛି ଶ୍ରମିକ ଖଣି ଭିତରେ ଫସିଯାଇଥିଲେ । ମାଟି ତଳେ ଚାପି ହୋଇ ୧୨ଜଣ ପ୍ରାଣ ହରାଇଛନ୍ତି । 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ସୁମାଓ୍ବା ଜିଲ୍ଲାରେ ଏହି ଭୟଙ୍କର ଭୂ-ସ୍ଖଳନ ହୋଇଛି । ସ୍ଥାନୀୟ ଲୋକ ଓ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମାଟି ତଳୁ ୫ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୧୮ଜଣ ଏବେ ବି ନିଖୋଜ ରହିଛନ୍ତି । ପୋଲିସ, ସେନା ଓ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.