scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟକେରିଗୁଡା ଜଙ୍ଗଲରୁ ଜୀବନ୍ତ ଲ୍ୟାଣ୍ଡମାଇନ୍ ଉଦ୍ଧାର, ୨୦ଘଣ୍ଟା ହେବ ଚାଲିଥିଲା କମ୍ବିଂ ଅପରେସନ୍

1/09/2023 at 2:33 PM

କନ୍ଧମାଳ ୧।୯: କମ୍ବିଂ ଅପରେସନ ବେଳେ କନ୍ଧମାଳ ଟକେରିଗୁଡା ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି । ଲ୍ୟାଣ୍ଡମାଇନ୍‌ ଉଦ୍ଧାର କଲା ୯୯ ବାଟାଲିୟନ ବିଏସଏଫ ଯବାନ ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ୍‌ରେ ଗୁରୁବାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିଲା । କେକେବିଏନ ମାଓ ସଂଘଠନ ପକ୍ଷରୁ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନିରୀହ ଲୋକଙ୍କୁ ଜେଲ୍ ପଠାଇବାକୁ ବିରୋଧ କରି ଏବଂ ଗଞ୍ଜେଇ ଚାଷ ଅଞ୍ଚଳର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରୁଥିବାରୁ ଚାଷକୁ ମାନ୍ୟତା ଦେବା ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହି ଘଟଣାକୁ ନେଇ ସାଡିଙ୍ଗିଆ ଠାରେ ଥିବା ୯୯ ବାଟାଲିୟନ ବିଏସଏଫ ଗୁରୁବାର ଠାରୁ ଟକେରିଗୁଡା ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର କରିଥିଲା । ଗୁରୁବାର ରାତି ହୋଇ ଯାଇଥିବାରୁ ଶୁକ୍ରବାର ସକାଳ ୮ଟା ସମୟରେ ଟକେରିଗୁଡା ଜଙ୍ଗଲରୁ ୨ ଲିଟର ଟିଫିନ ବକ୍ସ, ୫୦ ଗ୍ରାମ ଜିଲେଟିନ, ୬ ଭୋଲ୍ଟ କସ୍ମସ ବ୍ୟାଟେରୀ, ଗୋଟିଏ ଜିଲେଟ ବ୍ଲେଡ, ଟେପ୍ ସହ ଜୀବନ୍ତ ଲ୍ୟାଣ୍ଡମାଇଁ ଉଦ୍ଧାର ହୋଇଛି ।

ଅନ୍ୟପଟେ ବିଏସଏଫ ଯବାନମାନେ କୌଣସି ସୂତ୍ରରୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିଛା ଯାଇଥିବା ଖବର ପାଇଥିଲେ । ତେବେ ପ୍ରାୟ ୨୦ ଘଣ୍ଟାରୁ ଉର୍ଦ୍ଧ୍ବ ଘଣ୍ଟା ଧରି ଅପରେସନ ପରେ ଲ୍ୟାଣ୍ଡମାଇନର ସନ୍ଧାନ ପରେ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଏହି ଅପରେସନରେ ଡଗ୍ ସ୍କ୍ବାଡ୍ ଓ ବମ୍ ନିଷ୍କ୍ରିୟକାରୀ ଦଳ ବିଏସଏଫ ଅଧିକାରୀଙ୍କ ସହ ବିଏସଏଫ ଯବାନମାନେ ସାମିଲ ଥିଲେ ।

You Can Read :

   Related Posts