LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚନ୍ଦ୍ର ଅଭିଯାନ ପାଇଁ ଆଉ ପାଦେ ଆଗେଇଲା ISRO, ଗୁରୁତ୍ଵପୂର୍ଣ୍ଣ ପରୀକ୍ଷଣରେ ସଫଳ ହେଲା ଚନ୍ଦ୍ରଯାନ-୩

20/02/2023 at 8:53 AM

ନୂଆଦିଲ୍ଲୀ: ଚନ୍ଦ୍ରଯାନ ଅଭିଯାନ ପାଇଁ ଆଉ ପାଦେ ଆଗେଇଲା ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ)। ଭାରତର ଚନ୍ଦ୍ର ଅଭିଯାନକୁ ଆଗକୁ ନେଇଯିବା ପାଇଁ ଚନ୍ଦ୍ରଯାନ-୩ ୟୁଆର ରାଓ ସାଟେଲାଇଟ୍‌ ସେଣ୍ଟର ବେଙ୍ଗାଲୁରୁରେ ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ ଇଣ୍ଟରଫେସ(ଇଏମଆଇ)/ଇଲେକ୍ଟ୍ରୋମ୍ୟାଗ୍ନେଟିକ କମ୍ପାଟିବିଲିଟି(ଇଏମସି) ପରୀକ୍ଷଣ ସଫଳତାପୂର୍ବକ ପୂରା ହୋଇଛି। ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ) ରବିବାର ଏହାର ସୂଚନା ଦେଇ କହିଛି ଯେ, ଏହି ପରୀକ୍ଷଣ ଜାନୁଆରୀ ୩୧ରୁ ଫେବୃଆରୀ ୨ ମଧ୍ୟରେ କରାଯାଇଥିଲା।

ଇସ୍ରୋ ଅନୁଯାୟୀ, ମହାକାଶରେ ଉପଗ୍ରହର ଉପ ପ୍ରଣାଳୀର କାର୍ଯ୍ୟକ୍ଷମତା ଏବଂ ଇଲେକ୍ଟ୍ରୋ ମ୍ୟାଗ୍ନେଟିକର ସ୍ତର ସହିତ ଏହାର ଅନୁକୂଳତା ସୁନିଶ୍ଚିତ କରିବା ପାଇଁ ସାଟେଲାଇଟ୍‌ର ଇଏମଆଇ/ଇଏମସି ପରୀକ୍ଷଣ କରାଯାଏ। ଚନ୍ଦ୍ର ଅଭିଯାନ ପାଇଁ ଏହାର ପରୀକ୍ଷଣ ବହୁତ ଗୁରୁତ୍ଵ ବହନ କରୁଛି।

ଇସ୍ରୋ ମୁତାବକ ଚନ୍ଦ୍ରଯାନ-୩ ଇଣ୍ଟରପ୍ଲେନେଟାରୀ ମିଶନ ପାଇଁ  ତିନି ପ୍ରମୁଖ ମୋଡ୍ୟୁଲ୍ ରହିଛି। ଏହା ପ୍ରୋପେଲ୍‌ସନ ମୋଡ୍ୟୁଲ, ଲେଣ୍ଡର ମୋଡ୍ୟୁଲ ଏବଂ ରୋଭର। ମିଶନ ପାଇଁ ସବୁଠୁ ଜଟିଳ କାମ ହେଉଛି ଏହି ତିନି ମୋଡ୍ୟୁଲ ମଧ୍ୟରେ ରେଡିଓ-ଫ୍ରିକ୍ଵେଏନ୍ସି ସଞ୍ଚାର ଲିଙ୍କ୍ ସ୍ଥାପନ କରିବା।

ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଇଏମଆଇ/ଇସି ପରୀକ୍ଷଣ ସମୟରେ ସମସ୍ତ ମାନଦଣ୍ଡ ସୁନିଶ୍ଚିତ କରାଯାଇଥିଲା। ଏହି ସମୟରେ ଏହାର ପ୍ରଦର୍ଶନ ସନ୍ତୋଷଜନକ ରହିଥିଲା। ସୂଚନାଯୋଗ୍ୟ, ଚନ୍ଦ୍ରଯାନ-୨ ପରେ ଇସ୍ରୋର ଏହା ସବୁଠୁ ବଡ ଅଭିଯାନ। ୨୦୧୯ରେ ଚନ୍ଦ୍ରଯାନ-୨ ଜରିଆରେ ଚନ୍ଦ୍ରପୃଷ୍ଠରେ ରୋଭରକୁ ଓହ୍ଲାଇବାରେ ଭାରତର ପ୍ରଥମ ପ୍ରୟାସ ବିଫଳ ରହିଥିଲା। ତେବେ ଚନ୍ଦ୍ରଯାନ-୩ ଜୁନରେ ଉତକ୍ଷେପଣ ହେବାର ସମ୍ଭାବନା ରହିଛି।

   Related Posts