ଧସିଲା ମାଟି ଅତଡା, ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

Published By : Prameya-News7 Bureau | October 15, 2020 IST

ଗଜପତି ୧୫।୧୦: ଗଜପତିରେ ଲଗାଣ ବର୍ଷା ଛାଡିଯାଇଛି । କିନ୍ତୁ ୩ ଦିନ ଧରି ଲାଗି ରହିଥିବା ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ଜିଲ୍ଲାରେ ଗୁମ୍ମା ବ୍ଲକର ତରଙ୍ଗଡା ଓ ପାରତାଡା ଗ୍ରାମରେ । ପ୍ରବଳ ବର୍ଷା ଯୋଗୁଁ ପାହାଡରେ ଝର ସୃଷ୍ଟି ହୋଇ ମାଟି ଅତଡା ଖସିଥିବା ଦେଖିବାକୁ ମିଳିଛି ।

{"id":344584,"sizeSlug":"large"}

ଲୋକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରି ନେଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ବର୍ଷା କମିବା ବେଳେ ତରଙ୍ଗଡା ଅଞ୍ଚଳରେ କିଛି ସ୍ଥାନରେ ପାହାଡରୁ ମାଟି ଅତଡା ଖସି ୩ଟି ଘର ଉପରେ ପଡିଥିବା ସୂଚନା ମିଳିଛି । କିନ୍ତୁ ଏହି ଘଟଣାରେ କେହି ଆହତ କି ମୃତାହତ ହୋଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.