ମଣିପୁର ଟେରିଟରିଆଲ ଆର୍ମି କ୍ୟାମ୍ପ ନିକଟରେ ଭୂ-ସ୍ଖଳନ, ୨ ଜବାନ ମୃତ, ୫୦ ନିଖୋଜ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | June 30, 2022 IST

ଇମ୍ଫାଲ ୩୦।୬: ମଣିପୁର ନୋନୀ ଜିଲ୍ଲା ଜେରିବାମ-ଇମ୍ଫାଲ ରେଳ ଲାଇନ ନିକଟରେ ଭୂ-ସ୍ଖଳନ ହୋଇଛି। ଫଳରେ ଏଠାରେ ଥିବା ଟେରିଟରିଆଲ ଆର୍ମିର ଏକ କ୍ୟାମ୍ପ ପ୍ରଭାବିତ ହୋଇଥିବା ବେଳେ ୨ ଜଣ ଜବାନ ପ୍ରାଣ ହରାଇଛନ୍ତି। ପ୍ରାକୃତିକ ବିତ୍ପାତରେ ଅନୁନ୍ୟ ୫୦ ଜଣ ଜବାନ ନିଖୋଜ ଥିବା ଜଣାପଡିଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରିଥିବା ବେଳେ ଏପର୍ଯ୍ୟନ୍ତ ୧୩ ଜଣ ଉଦ୍ଧାର ହୋଇଛନ୍ତି। ବାକି ଲୋକଙ୍କ ତଲାସ ଅଭିଯାନ ଜାରି ରହିଛି।

{"id":649527,"width":838,"height":563,"sizeSlug":"full","linkDestination":"none"}

ମୃତ ଓ ନିଖୋଜ ଲୋକଙ୍କୁ ଭାରତୀୟ ସେନାର ୧୦୭ ପ୍ରାଦେଶିକ ସେନା କର୍ମଚାରୀ ଭାବେ ଚିହ୍ନଟ କରାଯାଇଛି। ମଣିପୁର ନୋନୀ ଜିଲ୍ଲା ତୁପୁଲ ରେଳ ଷ୍ଟେସନ ନିକଟରେ ଜେରିବାମ-ଇମ୍ଫାଲ ନିର୍ମାଣାଧୀନ ରେଳ ଲାଇନର ସୁରକ୍ଷା ଲାଗି ୧୦୭ ପ୍ରଦେଶିକ ସେନାକୁ ନିଯୁକ୍ତ କରାଯାଇଥିଲା। ଭୂ-ସ୍ଖଳନ ଖବର ମିଳିବା ପରେ ଭାରତୀୟ ସେନା ଓ ଆସାମ ରାଇଫଲସ ପକ୍ଷରୁ ବଡ଼ ଧରଣର ଉଦ୍ଧାର ଅଭିଯାନ ହାତକୁ ନିଆଯାଇଛି।

{"id":649530,"width":838,"height":628,"sizeSlug":"full","linkDestination":"none"}

ଉଦ୍ଧାର ଅଭିଯାନରେ ଗୁରୁବାର ସକାଳ ସାଢେ ୫ଟା ସୁଦ୍ଧା ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ନୋନୀ ଆର୍ମି ମେଡିକାଲ ୟୁନିଟରେ ଭର୍ତ୍ତି କରାଯାଇଛି। ଖରାପ ପାଗ ସାଙ୍ଗକୁ ପୁଣି ଭୂ-ସ୍ଖଳନ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ତଥାପି ନିଖୋଜ ଲୋକଙ୍କ ସନ୍ଧାନ ଲାଗି ପ୍ରୟାସ ଜାରି ରହିଛି। ଉଦ୍ଧାର କାର୍ଯ୍ୟ ଲାଗି ସେନା ହେଲିକପ୍ଟରକୁ ପ୍ରସ୍ତୁତ ରଖା ଯାଇଛି। ତେବେ ପାଗ ସଫା ହେଲେ ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ ହୋଇପାରିବ ବୋଲି କୁହାଯାଇଛି। ମଣିପୁରରେ ମୌସୁମୀ ବର୍ଷା ତାଣ୍ଡବ ରଚିଛି। ଅତ୍ୟଧିକ ବର୍ଷା ଯୋଗୁ ଭୂ-ସ୍ଖଳନ ଏବେ ଚିନ୍ତାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.