ଛତିଶଗଡ: ଶ୍ରମିକଙ୍କ ଉପରେ ଧସିପଡିଲା ପାହାଡ, ୩ ମୃତ, ୭ ଆହତ

Published By : Prameya-News7 Bureau | May 06, 2020 IST

ଜଗଦ୍ଦଲପୁର: ଛତିଶଗଡ ବସ୍ତରକୁ ରେଳ ଲାଇନରେ ସଂଯୁକ୍ତ କରୁଥିବା କିରନ୍ଦୁଲ-କୋତ୍ତାଭଲସା ରେଳ ଲାଇନର ଅରକୁ ରେଳ ସେକ୍ସନରେ ବୁଧବାର ପାହାଡ ଧସିପଡିଛି। ଫଳରେ ରେଳ ଲାଇନ ସଫା କରୁଥିବା ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ  ୭ ଜଣ ଆହତ ହୋଇଛନ୍ତି । ମୃତକ ୩ ଜଣଙ୍କ ମଧ୍ୟରେ ଜଣେ ରେଳବାଇ ଓଏଚ୍ଇ ସେକ୍ସନ କର୍ମଚାରୀ ହୋଇଥିବା ବେଳେ ଅନ୍ୟ ୨ ଜଣ ଠିକା ଶ୍ରମିକ ଭାବେ ଚିହ୍ନଟ ହୋଇଛନ୍ତି। ଦୁର୍ଘଟଣାରେ ଆହତ  ସମସ୍ତ ଆହତଙ୍କୁ ଉଦ୍ଧାର କରାଯିବା ପରେ ୱାଲ୍ଟିୟର ହସ୍ପିଟାଲ ପଠାଯାଇଛି।

{"id":265763,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ଚିମଡିପାଲି ଓ ବୋର୍ରାଗୁହାଲୁ ଘାଟ ସେକ୍ସନରେ ପାହାଡରୁ ମଙ୍ଗଳବାର ମାଟି ଅତଡା  ରେଳଲାଇନକୁ ଧସିଥିଲା। ଏଣୁ ଅତଡା ହଟାଇ ରେଳ ଲାଇନ ସଫା କରିବା ସହ ମରାମତି କରିବାକୁ ରେଳବାଇ ଓ ଠିକା କମ୍ପାନୀର ୩୦ ଜଣ ଶ୍ରମିକ ବୁଧବାର ଘଟଣା ସ୍ଥଳକୁ ଯାଇଥିଲେ। ସେଠାରେ କାମ ଚାଲିଥିବା ବେଳେ ପୁଣି ଭୂ-ସ୍ଖଳନ ହେବା ସହ ମାଟି ଅତଡା ଧସିବାରୁ ରେଳ କର୍ମଚାରୀଙ୍କ ସମେତ ୧୦ ଜଣ ପୋତି ହୋଇଯାଇଥିଲେ।

{"id":265764,"width":580,"height":729,"sizeSlug":"large"}

ଅନ୍ୟ ଶ୍ରମିକମାନେ ତୁରନ୍ତ ଅତଡା ତଳେ ଦବି ରହିଥିବା ଶ୍ରମିକଙ୍କ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ୩ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ବାକି ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୱାଲ୍ଟିୟର ପଠାଯାଇଛି। ମୃତକଙ୍କମାନଙ୍କ ଚିହ୍ନଟ ହୋଇଛି। ସେମାନେ ହେଲେ ରେଳବାଇ ଓଏଚଇ କର୍ମଚାରୀ ସୁରେଶ କୁମାର,  ବୀରାସ୍ୱାମୀ ଓ ସି.ଏସ୍.ସୁରୀ।

{"id":265765,"sizeSlug":"large"}

 ୱାଲ୍ଟିୟର ରେଳମଣ୍ଡଳ ଅଧିକାରୀଙ୍କ ସୂଚନା ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗୁରୁତର ଶ୍ରମିକଙ୍କ ମଧ୍ୟରୁ ବାସୁ ବାବୁ, କେ. ରମନ୍ନା, ଐଶ୍ୱର୍ଯ୍ୟା, ସତ୍ୟନାରାୟଣ, ଆମତଲ୍ଲୀ ଓ ଅପ୍ପଲ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅନ୍ୟ ମାନଙ୍କୁ ଚିକ୍ତତ୍ସା ପରେ ହସ୍ପିଟାଲରୁ ଛାଡି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.