ଜୁଡ଼ିଆ ଘାଟିରେ ଧସିଲା ପଥର, ବଡ ଧରଣର ଅତଡା ଖସିବା ସମ୍ଭାବନା

Published By : Prameya-News7 Bureau | August 14, 2022 IST

କେନ୍ଦୁଝର,୧୪/୮:  ୪୯ ନମ୍ୱର ଜାତାୟ ରାଜପଥ ଅନ୍ତର୍ଗତ ଜୁଡ଼ିଆ ଘାଟିରେ ଧସିଲା ପଥର । ଲଗାଣ ବର୍ଷାରେ ସମତଳ ଅଞ୍ଚଳ ଜଳମଗ୍ନ ଥିବା ବେଳେ ବର୍ଷା ପାହାଡକୁ ବି ଛାଡ଼ି ନାହିଁ । ବର୍ଷା ଲାଗି ରହିଥିବାରୁ ଜୁଡ଼ିଆ ଘାଟିରେ ବିରାଟକାୟ ପଥର ଉପରୁ ପଡ଼ିବାରୁ ଅଳ୍ପକେ ଏକ ଟ୍ରକ ବର୍ତ୍ତି ଯାଇଛି । ସେହିପରି ଘାଟିର ୩, ୪ଟି ଜାଗାରେ ପଥର ସହ ମାଟି ଧସି ରାସ୍ତାରେ ପଡ଼ିଛି । ଏ ପରିକି ଜୁଡ଼ିଆ ପାଣି ଟାଙ୍କି ପାଖରେ କିଛି ସମୟ ଗାଡ଼ି ଚଳାଚଳ ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା । ଯଦି ବର୍ଷା ଲାଗି ରହେ ତେବେ ଯେ କୌଣସି ମୂହୁର୍ତ୍ତରେ ବଡ ଧରଣର ଅତଡା ଖସିବ । ଏହାକୁ ଦେଖି ଏନଏଚ ପକ୍ଷରୁ ନଜର ରଖାଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.