କାଠଯୋଡି ନଦୀ କୂଳରୁ ଧସିଲା ମାଟି ଅତଡା, ଲୋକେ ଭୟଭୀତ
20/08/2020 at 5:00 PM

କଟକ ୨୦।୮: ଲଗାଣ ବର୍ଷା ଓ ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ କଟକରେ କିଛି ସ୍ଥାନରେ କାଠଯୋଡ଼ି ନଦୀ କୂଳରୁ ମାଟି ଅତଡା ଧସିଛି । ସିଡିଏ ନିକଟରେ କାଠଯୋଡ଼ି ବିହାର ମୁଣ୍ଡା ସାହି ନିକଟରେ ତିନିଟି ସ୍ଥାନରେ ନଦୀ କୂଳରୁ ଅତଡା ଧସିବା ଦେଖାଯାଇଛି ।

ଆଗକୁ ନଦୀରେ ଅଧିକ ପାଣି ଆସିଲେ ଏହି ଅଞ୍ଚଳରେ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ।
Related Posts
ବିପଦ ସଂକେତ ଉପରେ ବଂଶଧାରା ନଦୀର ଜଳସ୍ତର, ଏକର ଏକର ଚାଷ ଜମି ଜଳମଗ୍ନ
15 August 2022
ତେଲେଙ୍ଗିରି ଡ୍ୟାମ୍ର ଜଳସ୍ତର ବୃଦ୍ଧି, ଖୋଲିଲା ଗୋଟିଏ ଗେଟ୍
15 August 2022
ନାଳରେ ଭାସିଗଲେ ବୃଦ୍ଧା, ଉଦ୍ଧାର ହେଲା ମୃତଦେହ
15 August 2022