ଦର୍ପଣ ତହସିଲ୍‌ ପକ୍ଷରୁ ଆଦିବାସୀଙ୍କୁ ଜମିପଟ୍ଟା ପ୍ରଦାନ, ବଣ୍ଟନ କଲେ ବିଧାୟକ

Published By : Prameya-News7 Bureau | August 10, 2022 IST

ଚଣ୍ଡିଖୋଲ,୧୦/୦୮: କ୍ରାନ୍ତିଦିବସ ଓ ବିଶ୍ୱ ଆଦିବାସୀ ଦିବସ ଅବସରରେ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ଆଦିବାସୀଙ୍କୁ ଜମିପଟ୍ଟା ବଣ୍ଟନ କରାଯାଇଛି ।ବିଶେଷ କରି ବଡ଼ଚଣା ପଶ୍ଚିମାଞ୍ଚଳର ସମିଆ ପଂଚାୟତରେ ବହୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଜଙ୍ଗଲ ଜମିରେ ବହୁ ବର୍ଷ ଧରି ରହି ଆସୁଛନ୍ତି । ସେମାନଙ୍କର ଜମି ପଟ୍ଟା ନଥିବାରୁ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ରହୁଛନ୍ତି । ସେମାନଙ୍କ ପିଲା ମାନଙ୍କ ପାଠପଢାରେ ମଧ୍ୟ ସମସ୍ୟା ଦେଖାଦେଉଛି । ବାରମ୍ବାର ଜମିପଟ୍ଟା ପାଇଁ ଦାବି କରି ଆସୁଥିବା ବେଳେ ଆଜି ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ୧୨୩ ଜଣ ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦେଇ ପଟ୍ଟା ବଣ୍ଟନ କରିଥିଲେ । ଦର୍ପଣ ତହସିଲଦାର, ଜନପ୍ରତିନିଧି ଯୋଗ ଦେଇଥିଲେ । ଆଗାମୀ ଦିନରେ ଆଦିବାସୀ ପରିବାରଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.