ହାଥରସ: ଶୁଣିଲେନି ମା'ଝିଅଙ୍କ ଗୁହାରି, ହାତୁଡିରେ ପିଟିପିଟି ଭାଙ୍ଗିଦେଲେ ଘର, ଭିଡିଓ ଭାଇରାଲ

Published By : Prameya-News7 Bureau | October 17, 2020 IST

ହାଥରସ ୧୭/୧୦ : ଉତ୍ତର ପ୍ରଦେଶ ହାଥରସରେ ଜମି ମାଫିଆଙ୍କ ଆଗରେ ଗୋଟିଏ ପରିବାର ଅସହାୟ ହୋଇପଡିଛି। ନିଜ ଘରକୁ ହାତୁଡିରେ ପିଟିପିଟି ଭାଙ୍ଗୁଥିବା ପରିବାର ବଡ କଷ୍ଟରେ ଦେଖିଚି। ଘର ନ ଭାଙ୍ଗିବାକୁ ମା'ଝିଅ ବହୁତ ଗୁହାରି କରିଥିଲେ ହେଲେ କେହି ଶୁଣିନଥିଲେ ଓ ତାଙ୍କ ଘର ଭାଙ୍ଗି ଦେଇଥିଲେ। ମା'ଝିଅ ଯେତେବେଳେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ମା'ଝିଅଙ୍କୁ ମାରପିଟ ମଧ୍ୟ କରିଥିଲେ। ଘଟଣାର ଭିଡିଓ ଭାଇରାଲ ହୋଇଛି।

ସଦର ଥାନା ଶାସନୀ ଚାରିଛକ ନିକଟରେ ଏହି ଘଟଣା ଘଟିଛି। ପୀଡିତ ପରିବାର ଅଭିଯୋଗ କରିଛି ଯେ ଦୁର୍ବୁତ୍ତଙ୍କ ବିରୋଧରେ ଥାନାରେ ସୂଚନା ଦେଇଥିଲେ କିନ୍ତୁ କୌଣସି ପୋଲିସକର୍ମୀ ଘଟଣାସ୍ଥଳରେ ପହଞ୍ଚିନଥିଲେ। କେବଳ ସେତିକି ନୁହେଁ, ମହିଳାଙ୍କ ସ୍ୱାମୀ ଯେତେବେଳେ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ପୋଲିସ ଓଲଟା ତାଙ୍କୁ ହିଁ ଲକଅପରେ ବନ୍ଦ କରିଦେଇଥିଲା।

ପୀଡିତ ପରିବାର ଅଭିଯୋଗ କରିଛି ଯେ ପୋଲିସ ମଧ୍ୟ ଏହି ଗୁଣ୍ଡାମାନଙ୍କ ସହ ମିଶିଛି। ପୋଲିସ ସହାୟତାରେ ଗୁଣ୍ଡାମାନେ ତାଙ୍କ ଘର ଭାଙ୍ଗି ଦେଇଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ମା'ଝିଅ ଗୁଣ୍ଡାମାନଙ୍କୁ ଗୁହାରି କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। କିନ୍ତୁ ଗୁଣ୍ଡାମାନେ ତାଙ୍କ ଗୁହାରି ନ ଶୁଣି କିଛି ମହିଳାଙ୍କ ସହାୟତାରେ ସେମାନଙ୍କୁ ମାରପିଟ କରିବା ସହ ହାତୁଡିରେ ପିଟିପିଟି ତାଙ୍କ କାନ୍ଥ ଭାଙ୍ଗି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.