ଅନ୍ୟର ଜମିକୁ ନିଜର କହି କରୁଥିଲେ ବିକ୍ରି, ମୁକୁଳା ଜମିକୁ କରୁଥିଲେ ଟାର୍ଗେଟ୍
29/09/2023 at 4:32 PM

ଭୁବନେଶ୍ବର ୨୯।୯: ରାଜଧାନୀରେ ମାତିଛନ୍ତି ଜମି ମାଫିଆ । ମୁକୁଳା ଜମିକୁ କରୁଥିଲେ ଟାର୍ଗେଟ୍ । ଅନ୍ୟର ଜମିକୁ ନିଜର କହି ବିକ୍ରି କରୁଛନ୍ତି ଏହି ଗ୍ୟାଙ୍ଗ । ଜଣେ ମହିଳା ସମେତ ୨ ଜଣ ଜମି ଦଲାଲକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଚୌଦ୍ୱାରର ଶୁଶୀଲା ପଟ୍ଟନାୟକ ଓ କେନ୍ଦ୍ରାପଡ଼ାର ଅରୂପ ହାଲଦାର ।
ପୂର୍ବରୁ ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ୱଜିତ ବେଉରା, ବିକାଶ ପଣ୍ଡା, ସୀମାଞ୍ଚଳ ମହାନ୍ତି, ପ୍ରତାପ ମିଶ୍ର, ସଞ୍ଜୟ ଷଡ଼ଙ୍ଗୀ । ସଞ୍ଜୟ ଖଣ୍ଡଗିରି ସବ୍ ରେଜିଷ୍ଟାର ଅଫିସର କ୍ଲର୍କ ଅଛନ୍ତି ।
ଗତ ବର୍ଷ ଡିସେମ୍ବର ୧୦ ତାରିଖ ରେ ଠକେଇ ସଂକ୍ରାନ୍ତରେ ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା । ସଂଯୁକ୍ତା ପାଣିଗ୍ରାହୀ ନାମକ ଜଣେ ମହିଳାଙ୍କ ଜାଗାକୁ ଚଞ୍ଚକତା କରି ଏହି ଗ୍ୟାଙ୍ଗ ବିକ୍ରି କରିଥିଲେ ଅଭିଯୁକ୍ତମାନଙ୍କ ଠାରୁ ନକଲି ଷ୍ଟାମ୍ପ, କାଗଜପତ୍ର, ମୋବାଇଲ ଫୋନ୍ ଜବତ କରିଛି ।
You Can Read :