ରେଳବାଇ ଚାକିରି ପାଇଁ ଜମି କାରବାର ଘଟଣା, ଆର୍‌ଜେଡି ସୁପ୍ରିମୋ ଲାଲୁଙ୍କୁ ଘାଣ୍ଟିବ ସିବିଆଇ

Published By : Prameya-News7 Bureau | March 07, 2023 IST

ପାଟଣା ୦୭/୦୩ : ବିିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ପରେ ଆଜି ଆର୍ ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଘାଣ୍ଟିବ ସିବିଆଇ । ବହୁ ଚର୍ଚ୍ଚିତ ରେଳବାଇ ଚାକିରି ପାଇଁ ଜମି କାରବାର ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଜି ଲାଲୁଙ୍କୁ ପଚରାଉଚରା କରିବ । ଲାଲୁ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ଏଭଳି ସ୍ଥିତିରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ହିଁ ତାଙ୍କୁ ସିବିଆଇ ଜେରା କରିବ ।

ଏହାପୂର୍ବରୁ ସିବିଆଇ ସୋମବାର ଦିନ ପାଟନାରେ ରାବଡି ଦେବୀଙ୍କୁ ୪ ଘଣ୍ଟା ଜେରା କରିଥିଲା । ଗତକାଲି ସିବିଆଇ ଲ୍ୟାଣ୍ଡ ଫର୍ ଜବ୍ ସ୍କାମ ମାମଲାରେ ପଚରାଉଚରା କରିବା ପାଇଁ ଲାଲୁଙ୍କୁ ସମନ ପଠାଇଥିଲା । ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ମାର୍ଚ୍ଚ ୧୫ ରେ ଲାଲୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ସ୍ୱତନ୍ତ୍ର କୋର୍ଟ ଡକାଇଛନ୍ତି ।

ଲାଲୁ ପ୍ରସାଦ ୨୦୦୪ରୁ ୨୦୦୯ ରେଲୱେ ମନ୍ତ୍ରୀ ଥିବା ବେଳେ ବ୍ୟାପକ ଲାଞ୍ଚ ନେଇ ଚାକିରି ଦେଇଛନ୍ତି । ସେ ନିଜ ପରିବାର ଲୋକଙ୍କ ନାଁରେ ଜମି ଅଦଳବଦଳ କରି ରେଲୱେର ବିଭିନ୍ନ ଜୋନରେ ଲୋକଙ୍କୁ ଗ୍ରୁପ ଡି' ଚାକିରି ଦେଇଥିଲେ । ଏନେଇ ଲାଲୁ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ସିବିଆଇ ଏଫଆଇଆର ରୁଜୁ କରିଛି ।

ଫେବୃଆରୀ ୨୭ରେ ଦିଲ୍ଲୀ କୋର୍ଟ ଏହି ଲ୍ୟାଣ୍ଡ ଫର ଜବ ସ୍କାମରେ ଲାଲୁ ଏବଂ ରାବିଡି ଦେବୀଙ୍କ ସମେତ ୧୪ ଜଣଙ୍କୁ ସମନ କରିଥିଲେ । ସେହିପରି ଗତବର୍ଷ ଅକ୍ଟୋବର ୧୦ରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟରେ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଏହି ୧୬ ଜଣଙ୍କ ମଧ୍ୟରେ ଲାଲୁ ଓ ରାବ୍ରୀ ଦେବୀଙ୍କ ନାଁ ରହିଥିଲା।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.