କାଲି ବାପା, ଆଜି ପୁଅ; ଲାଲୁଙ୍କ ପରେ ଇଡିରେ ହାଜର ତେଜସ୍ବୀ, ପ୍ରଶ୍ନରେ ଘାଣ୍ଟୁଛି ଯାଞ୍ଚ ଏଜେନ୍ସି

Published By : Prameya-News7 Bureau | January 30, 2024 IST

ପାଟଣା: ଘଣ୍ଟାକୁ ୭ଟି କରି ୧୦ ଘଣ୍ଟାରେ ୭୦ ପ୍ରଶ୍ନ । ଗୁଡ଼େଇ ତୁଡ଼େଇ ଲାଲୁଙ୍କୁ ଘାଣ୍ଟିଲା ଇଡି । ମାରାଥାନ ଜେରା ସତ ଓଗାରିଲେ ଆରଜେଡି ସୁପ୍ରିମୋ । ଝିଅ ମିସା କହିଲେ ସରକାର ଭୟଭୀତ । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଛି । ପାଟଣା ମୁଖ୍ୟାଳୟରେ ସୋମବାର ୧୦ ଘଣ୍ଟା ଧରି ଜେରା କରିଛି । ଏଥିପାଇଁ  ପ୍ରଥମେ ୫୦ ପ୍ରଶ୍ନର ତାଲିକା ପ୍ରସ୍ତୁତ କରିଥିଲା ଯାଞ୍ଚ ଏଡେନ୍ସି ହେଲେ ପରେ ଆଉ ୨୦ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ଦେଇଛନ୍ତି ବିହାର ପୂର୍ବତନ । ସେପଟେ ମଙ୍ଗଳବାର ଇଡିରେ ହାଜର ହୋଇଛନ୍ତି ପୁଅ ତେଜସ୍ବୀ ଯାଦବ ହାଜର ହୋଇଛନ୍ତି । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରୁଛି । ତାଙ୍କୁ ପାଇଁ ଇଡି ୬୦ଟି ପ୍ରଶ୍ନ ପ୍ରସ୍ତୁତ କରି ରଖିଥିବା କୁହାଯାଇଛି ।   

wp:embed {"url":"https://www.prameyanews7.com/hemanta-soren-at-ranchi-after-missing-in-delhi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hemanta-soren-at-ranchi-after-missing-in-delhi/
/wp:embed

ଜେଡିୟୁ-ଆରଜେଡି ମେଣ୍ଟ ସରକାର ଭାଙ୍ଗିବାର ଗୋଟିଏ ଦିନ ପରେ ଲାଲୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଛି । ନୋଟିସ୍ ଲାଗିବା ପରେ ଝିଅ ମିସା ଭାରତୀଙ୍କ ସହିତ ସୋମବାର ୧୧ଟାରେ ଇଡି ଅଫିସ୍‌ରେ ହାଜର ହୋଇଥିଲେ । ପରେ ପୂର୍ବ ପ୍ରସ୍ତୁତ ପ୍ରଶ୍ନ ବାଣ ଛାଡ଼ିଥିଲା ଯାଞ୍ଚ ଏଜେନ୍ସି । ଚାକିରି ବଦଳରେ  ଜମିର ଚିନ୍ତାଧାରା କାହିଁକି ଆସିଲା ? ହୃଦୟ ନାରାୟଣ ଚୌଧୁରୀଙ୍କ ସହିତ ବନ୍ଧୁତା କେମିତି ହେଲା ? ଦାନାପୁରରେ ୧୨ରୁ ଅଧିକ ଲୋକଙ୍କୁ  ଜମି ବଦଳରେ ଚାକିରି ଦିଆଯାଇଥିଲା କି, ଆଦି ପ୍ରଶ୍ନ କରିଥିଲା ଇଡି ଟିମ୍ । ପରେ ରାତି ୯ଟାରେ ବାପା-ଝିଅ ବାହାରିଥିଲେ । ସେପଟେ ଝିଅ ମିସା ଭାରତୀ କହିଛନ୍ତି, ଆଗକୁ ନିର୍ବାଚନ ଆସୁଥିବାରୁ ବିଜେପି ସରକାର ଭୟଭୀୟ ହୋଇଯାଇଛି ।

wp:html /wp:html

ଲାଲୁ ଯାଦବ ୟୁପିଏ ସରକାରରେ ରେଳମନ୍ତ୍ରୀ ଥିବାବେଳେ, ଚାକିରି ପାଇଁ ଜମି ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ସେତେବେଳେ ଭାରତୀୟ ରେଳ ବିଭାଗର ମୁମ୍ବାଇ, ଜବଲପୁର, କୋଲକାତା, ଜୟପୁର  ଓ ହାଜିପୁର ଜୋନ୍‌ରେ ଗ୍ରୁପ୍‌ ‘ଡି’ ପଦରେ କିଛି ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା ।  ନିଯୁକ୍ତି ପାଇଥିବା ଲୋକେ ଲାଲୁଙ୍କ ପରିବାର ସଦସ୍ୟଙ୍କ ନାମରେ ଜମି ହସ୍ତାନ୍ତର କରିଥିଲେ । ବିହାରରେ ୧ ଲକ୍ଷ  ବର୍ଗଫୁଟରୁ ଅଧିକ ଜମି ମାତ୍ର ୨୬ ଲକ୍ଷ  ଟଙ୍କାରେ ହାସଲ କରିଥିଲେ । ସେତେବେଳେ ଏହାର ଆନୁମାନିକ ଦର ୪.୩୯  କୋଟି ଟଙ୍କା ଥିଲା । ସିବିଆଇ ଚାର୍ଚ୍ଚସିଟରେ ଏହା ମାମଲାରେ ଲାଲୁଙ୍କ ବ୍ୟତୀତ ପତ୍ନୀ ରାବ୍ରୀ ଦେବୀ,  ଝିଅ ମିସା ଭାରତୀ, ପୁଅ ତେଜସ୍ୱୀ ଯାଦବ  ଏବଂ ଅନ୍ୟ ୧୩ ଜଣଙ୍କ ନାମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.