କେନ୍ଦୁଝରରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା ; ୫ ଗୁରୁତର

Published By : Prameya-News7 Bureau | September 04, 2018 IST

କେନ୍ଦୁଝର ୪/୯ : ଆନନ୍ଦପୁର ଥାନ ବଞ୍ଚୋ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ରକରି ପଡୋଶି ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ଆହତ ହୋଇଛନ୍ତି | ଆହତ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି । ଆଜି ସଖାଳେ ଗାଁର ପ୍ରଫୁଲ୍ଲ ଜେନାଙ୍କ ପରିବାର ନିଜ ଘରେ ଥିବା ବେଳେ ଗାଁର ଉମା ଜେନା, ପ୍ରଶାନ୍ତ ଜେନା ଓ ସୁଶାନ୍ତ ଜେନା ଜମିବାଡି ବିବାଦକୁ କେନ୍ଦ୍ରକରି ମାରଣାସ୍ତ୍ରରେ ଅର୍ତକିତ ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରଫୁଲ ଜେନା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ସତ୍ୟଭାମା, ଦୁଇପୁଅ ସୋମ୍ୟ ଓ ଜୀବନ ଓ ବାପା ଗୌରାଙ୍ଗ ଜେନା ମଧ୍ୟ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି । ସମସ୍ଥ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏ ନେଇ ପୋଲିସ୍ ନିକଟରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.