scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ, ପୁତୁରାର କଟୁରୀ ଚୋଟରେ ଦାଦା ଓ ଖୁଡ଼ି ଗୁରୁତର

28/06/2022 at 7:37 PM

ଜଗତ୍‌ସିଂହପୁର, ୨୮/୦୬: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁତୁରାର କଟୁରୀ ଚୋଟରେ ଦାଦା ଏବଂ ଖୁଡ଼ି ଗୁରୁତର ହୋଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି l ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କଦେଳିଵାରୀ ଗ୍ରାମରେ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାବିତ୍ରୀ ସ୍ୱାଇଁ ଓ ତାଙ୍କ ସ୍ୱମୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ତାଙ୍କ ପୁତୁରା ବିଜୟ ସ୍ୱାଇଁ ଏକ କଟୁରୀ ସାହାଯ୍ୟରେ ମାରାଣତ୍ମକ ଆକ୍ରମଣ କରିଥିଲା । ଯାହା ଫଳରେ ସାବିତ୍ରୀ ଓ ତାଙ୍କ ସ୍ୱମୀ ଗୁରୁତର ହୋଇ ପଡ଼ିଥିଲେ l

ଘଟଣା ସ୍ଥଳରେ ସାବିତ୍ରୀଙ୍କ ସାନ ପୁଅ ପହଞ୍ଚି ବାପା ଏବଂ ମାଆଙ୍କୁ ଉଦ୍ଧାର କରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣିଥିଲା ।  ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ଡାକ୍ତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଏ ବାବଦରେ ଏରସମା ପୋଲିସ କୁ ଖବର ଦିଆ ଯାଇଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।

   Related Posts