ଶାଗୁଣା ଘାଇ ନିକଟରେ ଧସୁଛି ବିଶାଳ ମାଟି ଅତଡା, ଭୟରେ ସ୍ଥାନୀୟ ଗ୍ରାମବାସୀ

Published By : Prameya-News7 Bureau | December 08, 2023 IST

କେନ୍ଦ୍ରାପଡା ୮।୧୨: କେନ୍ଦ୍ରାପଡା ମଙ୍ଗଳପୁର ଠାରେ ଶାଗୁଣା ଘାଇରେ ବିରାଟ ମାଟି ଅତଡା ଧସି ପଡିଛି । ନଦୀ କୂଳରେ ପ୍ରାୟ ଶହେ ଫୁଟ ଚଉଡାର ମାଟି ଧସି ପଡିବା ପରେ ସ୍ଥାନୀୟ ଗ୍ରାମବାସୀ ଭୟଭୀତ ହୋଇ ପଡିଛି । ଏଠାରେ ନଦୀର ସ୍ରୋତ ନିୟନ୍ତ୍ରଣ ତଥା ନଦୀ ମୁଖ୍ୟବନ୍ଧର ସୁରକ୍ଷା ପାଇଁ ଏକାଧିକ ବୁରୁଜ ନିର୍ମ।ଣ ହୋଇଛି । କିନ୍ତୁ ଦୁଇ ବୁରୁଜ ମଝିରେ ଥିବା ଖାଲି ଅଞ୍ଚଳରେ ଅତଡା ଖସିଥବା ଦେଖାଦେଇଛି ।

{"id":880271,"width":738,"height":406,"sizeSlug":"full","linkDestination":"none"}

କେନ୍ଦ୍ରାପଡା ଡେରାବିଶ ବ୍ଲକ୍‌ ଅର୍ଗତ ମଙ୍ଗଳପୁର ପଞ୍ଚାୟତରେ ରହିଛି ଏହି ଚର୍ଚ୍ଚିତ ମାଳିକା ବର୍ଣ୍ଣିତ ଶାଗୁଣା ଘାଇ । ବିରୂପା ନଦୀରେ ଥିବା ଏହି ଘାଇ ନିକଟରେ ଖସିଛି ପ୍ରାୟ ଶହେ ଫୁଟରୁ ଅଧିକ ଦୀର୍ଘ ମାଟି ଅତଡା । ହଠାତ ଏଠାରେ ଅତଡା ଧସିବା ପରେ ପାଖ ଗାଁର ଲୋକେ ଭୟଭୀତ ହୋଇପଡିଛି । ଏଠାରେ ବିରୂପା ନଦୀ ମୋଡ ନେଇଥିବାରୁ ନଦୀର ସ୍ରୋତ ଖୁବ୍‌ ତୀବ୍ର ରହିଥାଏ । ବନ୍ୟା ସମୟରେ ନଦୀ ସ୍ରୋତ ସିଧା ମୁଖ୍ୟବନ୍ଧରେ ମାଡ ହୁଏ । ନଦୀ ବନ୍ଧକୁ ସୁରକ୍ଷିତ ରଖିବା ସହ ସ୍ଥାନୀୟ ଗାଁକୁ ସୁରକ୍ଷା ଦେବା ପାଇଁ ଏଠାରେ ୧୦ରୁ ଅଧିକ ବୁରୁଜ ନିର୍ମ।ଣ କରାଯାଇଛି । କିନ୍ତୁ ନଦୀ ତାର ମନମାନୀ କରିବାରେ ସାମାନ୍ୟ ବି ହେଳା କରିନି । ଦୁଇ ବୁରୁଜ ମଝିରେ ଥିବା ଖାଲି ଅଂଶରେ ହିଁ ଧସିଛି ଏହି ବିଶାଳ ଅତଡା । ଏଠାରେ ଭୂସ୍ଖଳନ ପରେ ମୁଖ୍ୟବନ୍ଧର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

{"id":880270,"width":738,"height":406,"sizeSlug":"full","linkDestination":"none"}

ଶାଗୁଣା ଘାଇ ସିଧାରେ ରହିଛି ମଙ୍ଗଳପୁର ପଞ୍ଚାୟତର ୬ ଖଣ୍ଡ ଗାଁ । ଏହି ପଞ୍ଚାୟତ ବ୍ୟତୀତ ବେଣୀପୁର, ଛୋଟି, ରଘୁଦେଇପୁର, ନହଙ୍ଗ ପ୍ରଭୃତି ପଞ୍ଚାୟତର ଅନେକ ଗାଁ ବନ୍ୟା ଓ ଘାଇ ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ସବୁ ପଞ୍ଚାୟତର ହଳଦିଆ, ପାଟଣା, ଘଣ୍ଟାପଦା, କନ୍ଦରପୁର, ମଙ୍ଗଳପୁର ପ୍ରଭୃତି ଗାଁର ହଜାର ହଜାର ଲୋକଙ୍କୁ ଏହି ନଦୀବନ୍ଧ ବନ୍ୟା ଦାଉରୁ ରକ୍ଷା କରୁଛି । ତେଣୁ ମୁଖ୍ୟବନ୍ଧର ସୁରକ୍ଷା ହେବାର ଆବଶ୍ୟକତା ରହିଛି । କିନ୍ତୁ ଯଦି ନଦୀ କୂଳରେ ଅତଡା ଧସେ ଏହାର ପ୍ରଭାବ ମୁଖ୍ୟବନ୍ଧ ଉପରେ ପଡିବାର ଆଶଙ୍କା କରୁଛି ସ୍ଥାନୀୟ ବାସିନ୍ଦା । ଶାଗୁଣା ଘାଇଠାରେ ସ୍ପର ଏବଂ ବୁରୁଜ ନିର୍ମ।ଣ ସହ ମୁଖ୍ୟବନ୍ଧର ସୁରକ୍ଷା ପାଇଁ ସ୍ଵତନ୍ତ୍ର ମାଷ୍ଟର ପ୍ଲାନ୍‌ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛି । ନଦୀବନ୍ଧର ସୁରକ୍ଷା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

You Can Read :

wp:embed {"url":"https://www.prameyanews7.com/non-bailable-warrant-issued-against-singer-sourin-bhatt/","type":"wp-embed","providerNameSlug":"prameya-news-7"}
https://www.prameyanews7.com/non-bailable-warrant-issued-against-singer-sourin-bhatt/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.