scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ, ବ୍ୟବସାୟୀ ଓ ଭକ୍ତ ଖୁସି

23/07/2023 at 9:23 PM

ପୁରୀ: ପୁରୀ ଗିରଳ ଛକ ନିକଟ ସିପସରୁବାଲି ମୌଜାରେ‌ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଆରମ୍ଭ ପ୍ରସ୍ତୁତି ହୋଇଯାଇଛି। ଆନ୍ତର୍ଜାତୀୟ ମାନର ଗ୍ରୀନ୍ ଫିଲ୍ଡ ଏୟାରପୋର୍ଟ ନିର୍ମାଣ ନେଇ ସରକାର ଲକ୍ଷ ରଖିଥିବା ବେଳେ ଅତ୍ୟାଧୁନିକ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସରକାର ଏଥିପାଇଁ ରାସ୍ତାଘାଟ ସଂଯୋଗୀକରଣ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ମଙ୍ଗଳା ନଇ ଉପରେ ଏକ ହାଇଲେବଲ୍ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମଙ୍ଗଳା ମୁହାଣ ଷ୍ଟ୍ରଲିଙ୍ଗ ରିସର୍ଟ ଠାରୁ ସାମୁକା ପ୍ରକଳ୍ପକୁ ବାଟ ଫିଟାଉଥିବା ଏହି ବ୍ରିଜ୍ ପାଇଁ ଅବଢ଼ା ଯୋଜନାରେ ୬୯.୪୧ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

ପ୍ରକଳ୍ପର ଟେଣ୍ଡର ପରେ ଆଶୀର୍ବାଦ ଇଞ୍ଜିନିୟରିଂ କନସଟିଙ୍ଗ ପ୍ରାଇଭେଟ୍ ଲିମିଟେଡ ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ପରେ ବିମାନ ବନ୍ଦର ପାଇଁ ବିସ୍ତୃତ ରାସ୍ତା ଖୋଲିବା ସହ ବ୍ରହ୍ମଗିରି, ସାତପଡ଼ା ଓ କୃଷ୍ଣପ୍ରସାଦକୁ ଯାତାୟତ ସୁବିଧା ହୋଇପାରିବ। ତେବେ ପର୍ଯ୍ୟଟକଙ୍କ ଯାତାୟତକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବ୍ରିଜ୍ ନିର୍ମାଣ କରାଯାଉଥିବାରୁ ହୋଟେଲ ବ୍ୟବସାୟୀ ଏବଂ ଜନ ପ୍ରତିନିଧି ସ୍ୱାଗତ କରିଛନ୍ତି। 

ପଢ଼ନ୍ତୁ-ପୁରୀବାସୀଙ୍କ ପାଇଁ ଖୋଲିବ ପଶ୍ଚିମ ଦ୍ୱାର, ପ୍ରବେଶ ପୂର୍ବରୁ ପାଳନ କରିବାକୁ ହେବ ଏହି ନିୟମ

ଏନେଇ ପୂର୍ବତନ କାଉନସିଲର ଭକ୍ତଚରଣ ଦାସ କହିଛନ୍ତି ଯେ ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର ହେବା ଓଡ଼ିଶା ପାଇଁ ଖୁସୀର ବିଷୟ। ଏହାଦ୍ୱାର ବିଶ୍ୱରୁ ଲୋକ ପୁରୀକୁ ଆସିବେ। ସହରର ଅର୍ଥନୈତିକ ଅଭିବୃଦ୍ଧି ଘଟିବେ। ମଙ୍ଗଳ ନଈରେ ବ୍ରିଜ୍ ହେଲେ ଲୋକେ ସହଜରେ ସହରକୁ ଆସିପାରିବେ। ଫଳରେ ସହରର ଚିତ୍ର ବଦଳିଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ହୋଟେଲ ବ୍ୟବସାୟୀ ରବିନ୍ଦ୍ର କୁମାର ଦାସ ମଧ୍ୟ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ବିମାନ ବନ୍ଦର ଓ ସେତୁ ନେଇ ଦୀର୍ଘଦିନରେ ଦାବି ହେଇ ଆସୁଥିଲା। ଏବେ ଲୋକେ ସିଧା ପୂରୀରେ ଓହ୍ଲାଇବେ ପୁରୀରେ ରହିବେ। ସହରର ଅର୍ଥନୀତି ସୁଧୁରିବ ବୋଲି ରବିନ୍ଦ୍ର ଦାସ କହିଛନ୍ତି।   

ତେବେ ପ୍ରକଳ୍ପର ରୂପରେଖ ଅନୁଯାୟୀ ମଙ୍ଗଳା ନଇ ଉପରେ ଦୁଇଟି ବ୍ରିଜ୍ ନିର୍ମାଣ ହେବ। ଗୋଟିଏ ଯିବା ପାଇଁ ଏବଂ ଅନ୍ୟଟି ଆସିବା ପାଇଁ ତିନି ଲେନ୍ ବିଶିଷ୍ଟ ଦୁଇଟି ବ୍ରିଜ୍ ନିର୍ମାଣ ହେବ। ବ୍ରିଜ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୪ ମିଟର ଓସାରର ମେଡିଆନ୍ ରହିବ। ୨୨୫ ମିଟର ଲମ୍ବ ଏହି ବ୍ରିଜ୍ ନିର୍ମାଣ ହେଉଥିବାବେଳେ ଏଥିରେ ଫୁଟପାଥ୍, ରିଟେନିଙ୍ଗ ୱଲ୍, ବ୍ରିଜର ଆଲୋକୀକରଣ ସହ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ଏକ କାଫେଟେରିଆ ବ୍ୟବସ୍ଥା ରହିବ।

ସେହିପରି ସ୍ଥାନୀୟ ଲୋକଙ୍କ ଯାତାୟତ ପାଇଁ ବ୍ରିଜ୍ ତଳେ ଏକ ରାସ୍ତି ରହିବ। ସେପଟେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମଙ୍ଗଳା ନଦୀ ଉପରେ ମଧ୍ୟ ଦୁଇଟି ତିନି ଲେନ୍ ବିଶିଷ୍ଟ ବ୍ରିଜ୍ କାମ ମଧ୍ୟ ଶୀଘ୍ର ସାରିବାକୁ ଲକ୍ଷ ରଖାଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। 

ପଢ଼ନ୍ତୁ-ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ : ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଗିରଳ ନିକଟ ସିପସରୁବାଲି ମୌଜାରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ନେଇ ଜନଶୁଣାଣୀ ଶେଷ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ଟିମ୍ ବିମାନ ବନ୍ଦର ଅଞ୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ବୈଷୟିକ ଦିଗକୁ ନେଇ ସର୍ଭେ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି। 

   Related Posts