ଧାନ କିଣିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ସୋସାଇଟି ସମ୍ପାଦକ ଗିରଫ

Published By : Prameya-News7 Bureau | April 05, 2022 IST

ଆଠମଲ୍ଲିକ୦୪/୦୪ : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସାନହୁଲା ସୋସାଇଟି ସମ୍ପାଦକ ପଦ୍ମଲୋଚନ ସାହୁ। ଆଠମଲ୍ଲିକ ସାନହୁଲା କୋପରେଟିଭି ସମ୍ପାଦକ ପଦ୍ମଲୋଚନ ସାହୁ ଜଣେ ଧାନ ଚାଷୀଙ୍କଠାରୁ ଧାନ କିଣା ବାବଦରେ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଚାଷୀ ଜଣକ କଟକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।  

ଏହି ଘଟଣାରେ ସୋମବାର ସନ୍ଧ୍ୟାରେ ସମ୍ପାଦକ ପଦ୍ମଲୋଚନ ସାହୁଙ୍କ ଘରେ ଠାକୁରଗଡ଼ ଥାନା ମହୁଲନାଳିରେ ଭିଜିଲାନ୍ସ ଚଢ଼ଉ କରିଥିଲା । ତାଙ୍କ ନିକଟରୁ ଚାଷୀଙ୍କ ଧାନ କିଣା ବାବଦରେ ୪୦ ହଜାର ମିଳିଥିବା ସୁଚନା ମିଳିଛି । ଏନେଇ ମିଳିଥିବା କଟକ ଭିଜିଲାନ୍ସ କେସ ନମ୍ୱର ୟୁଏସ ୭ ପିସି ଆକ୍ଟ ୧୯୮୮ରେ ମାମଲା ରୁଜୁ ହେଇଛି। ପଦ୍ମଲୋଚନ ସାହୁ ପଟାପଥର ଛକରେ ବୁଲୁଥିବା ସମୟରେ ଅଚାନକ ଭିଜିଲାନ୍ସ ତାଙ୍କୁ ଉଠାଇନେଇ ଥିବାରୁ ଅଧିକ ତଥ୍ୟ ମିଳିପାରି ନାହିଁ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.