ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କୋରାପୁଟ ପୋଲିସର ଅପରେସନ୍ ଗ୍ରୀନ୍ କ୍ଲିନ୍ : ଜବତ ହେଲା ଗଞ୍ଜେଇ, ଏକର ଏକର ଜମିରେ ସବୁଜ ଜହର ନଷ୍ଟ

14/12/2021 at 9:33 AM

ଲମତାପୁଟ, ୧୪/୧୨:  କୋରାପୁଟ ପୋଲିସ ଗଞ୍ଜେଇ  ଚୋରା ଚାଲାଣ ରୋକିବା ବଡ ପଦକ୍ଷେପ ନେଇଛି।   ଗୋଟିଏ ପଟେ ୨୪ ଘଣ୍ଟିଆ ନାକାବନ୍ଦୀ କରି ବିଭନ୍ନ ଜାଗାରେ  ଚାଲିଥିବା ଗଞ୍ଜେଇ କାରବାର ଉପରେ ଚଢଉ କରୁଛି ପୋଲିସ । ସୋମବାର ରାତିରେ ପୋଲିସକୁ ଏ ମାମଲାରେ ବଡ ସଫଳତା ମିଳିଛି ।

ପାଡୁଆ ପୋଲିସ  ରାତି ପାଟ୍ରୋଲିଂ  କରି  ଖିଲପୁଟ ଗ୍ରାମ ରାସ୍ତା କଡରୁ   ୬୦ କେଜି ଗଞ୍ଜେଇ ଜବତ କରିଛି । ସେହିପରି   ବାଙ୍କାପୁଟ ଗ୍ରାମର ରାସ୍ତା କଡରୁ  ପ୍ରାୟ ଅଢେଇ  କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇକୁ ଚୋରା ଚାଲାଣ କରିବା ପାଇଁ  ରାସ୍ତା କଡରେ  ରଖିଥିବା ବେଳେ  ପୋଲିସ ଚଢଉ କରିଥିଲା । ତେବେ ମାଫିଆମାନେ ଫେରାର ହୋଇଯାଇଥିଲେ । ଏହାର ମୂଲ୍ୟ ୩୦ ଲକ୍ଷ ଟଙ୍କା  ହେବବୋଲି ସୂଚନା ମିଳିଛି।    

ଏହାସହ କୋରାପୁଟ ଜିଲ୍ଲା  ମାଛକୁଣ୍ଡ ଥାନା  ଅନ୍ତର୍ଗତ  କୁମ୍ଭାରପୁଟ ଗ୍ରାମରେ ଚଢଉ କରିଥିଲା ପୋଲିସ  । ଏହି ଚଢଉରେ  ଏକର ଏକର ଜମିରେ ଲାଗିଥିବା ଗଞ୍ଜେଇ ଚାଷ ନଷ୍ଠ  କରାଯାଇଛି  ।   ଚଳିତ ମାସ ୯ ତାରିଖରେ ମଧ୍ୟ କୁମ୍ଭାରପୁଟ ଗ୍ରାମରେ ଲଗାଣ ବର୍ଷା ସତ୍ତ୍ୱେ ୬୭ ଏକର ଗଞ୍ଜେଇ ଚାଷ ନଷ୍ଟ କରଯାଇଥିଲା ।  ଏହି ସମୟରେ ମାଛକୁଣ୍ଡ , କୋରାପୁଟ ପୋଲିସ  , ଡି. ବି. ଏଫ ., ଅବକାରୀ , ବିଭାଗ ବନ ବିଭାଗ ଏବଂ   ସ୍ଥାନୀୟ  ମାଜିଷ୍ଟେଡ ଉପସ୍ଥିତ ଥିଲେ ।  

   Related Posts