ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ

Published By : Prameya-News7 Bureau | September 11, 2022 IST

ଲମତାପୁଟ, ୧୧|୦୯:  ଲମତାପୁଟ ଓ ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ଆନ୍ଧ୍ର ଓଡ଼ିଶା ସୀମାନ୍ତ ଯଲାପୁଟ ଗ୍ରାମ ଅଞ୍ଚଳରୁ ହାଇଦ୍ରାବାଦକୁ ଅଭିନବ ଉପାୟରେ ଗଞେଇ ଚୋରାଚାଲାଣ ବେଳେ ମାଡ଼ିବସିଲା  ପୋଲିସ  । ୪ ମାଫିଆ ଅଟକ ।

ସୂଚନାନୁସାରେ,  ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଯଲାପୁଟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ବୋଲେରୋକୁ ଅଟକାଇଥିଲା। ଦୁଇଟି ଗାଡିକୁ ଯାଞ୍ଚ କରିବାରୁ ପୋଲିସକୁ କିଛି ବି ମିଳିନଥିଲା । କିନ୍ତୁ ଉଭୟ ବୋଲେରୋ ଗାଡ଼ିର ସିଲିଂ କପଡା ଭିନ୍ନ ଭିନ୍ନ କଲର ଥିବାରୁ ପୋଲିସ ସନ୍ଦେହ କରି ଶିଲିଂକୁ କାଢିଥିଲା । ଏହା ପରେ ସେଥିରେ ସ୍ଵତନ୍ତ୍ର ଚାମ୍ବରରେ ଛୋଟ ଛୋଟ ପକେଟରେ ବିପୁଳ ଗଞ୍ଜେଇ ମିଳିଥିଲା ।

ଦୁଇଟି ଗାଡିରୁ ୨ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୁଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ୪ ଅଭିଯୁକ୍ତ କର୍ଣ୍ଣାଟକ ଅଞ୍ଚଳ  କଳ୍ପା ଦାଣ୍ଡେ ,  ସିଶେ ରାଓ ଆଡେ , ୱାମନ୍ ରାଓ , ମାରୁତି ଚାୱାନ୍ ବୋଲି ଜଣା ପଡିଛି ।   ଏମାନେ ଅନେକ ଥର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ କରି ଆସୁଥିଲେ। ଏଥିରେ ସ୍ଥାନୀୟ ମାଫିଆ ସଂପୃକ୍ତ ଅଛନ୍ତି ସେମାନ ଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.