scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୀତରେ ଥରୁଛି ଲମତାପୁଟ: ଅସ୍ତବ୍ୟସ୍ତ ଜନଜୀବନ, ୧୦ ଡିଗ୍ରୀ ତଳକୁ ରହୁଛି ପାରଦ

10/02/2024 at 8:44 AM

ଲମତାପୁଟ ୧୦/୦୨: ଲମତାପୁଟରେ ଶୀତରୁ ନିସ୍ତାର ନାହିଁ । ଶୀତ ଲହରି ଜାରି ରହିଥିବା ବେଳେ କୁହୁଡି ଜୀବନ ଯାପନକୁ ଅସ୍ତବ୍ୟସ୍ତ କରିଦେଲାଣି । କୋରାପୁଟର କାଶ୍ମୀର କୁହାଯାଉଥିବା ଲମତାପୁଟରେ ପୁଣି ୧୦ ଡିଗ୍ରୀ ତଳକୁ ରହୁଛି ପାରଦ । ୫ ଦିନ ହେବ ଶୀତର ଲହରୀ ଜାରି ରହିଛି ।

ଦିନ ୯ଟା ପର୍ଯ୍ୟନ୍ତ ଲମତାପୁଟ ଅଞ୍ଚଳରେ ଶୀତ ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଦିନ ୧୦ଟା ପର୍ଯ୍ୟନ୍ତ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖୁଛି । କୁହୁଡି ସକାଶେ ଭିଜିବିଲିଟି ସମ୍ପୂଣ ଜିରୋ ରହୁଛି ଅପରାହ୍ନ ସାମାନ୍ୟ ଗରମ ଅନୁଭୂତ ହେଉଛି । କୁହୁଡି ଏତେ ପରିମାଣର ରହିଛି ରାସ୍ତା ଘାଟେ ଗାଡି ଚଳାଇବା ମୁସ୍କିଲ ହୋଇ ପଡଇଛି ।

ଘନ କୁହୁଡି ସକାଶେ ଯାନ ବାହାନ ଯାତାୟତରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି l ଲାଇଟ ଲଗାଇ ଗାଡି ମଟର ଯାତାୟତ କରୁଛନ୍ତି । ବହୁ ଗାଡି ମଟର ଦୁର୍ଘଟଣାର ସମ୍ମୁଖିନ ହେଉଥିବା ନଜରକୁ ଆସିଛି । ପାଣିପାଗ ସୂଚନା ଅନୁଯାୟୀ ଆହୁରି ଦୁଇଦିନ ପର୍ଯ୍ୟନ୍ତ ଏହିଭଳି ଶୀତ ଏବଂ କୁହୁଡି ଲାଗିରହିବ ନେଇ ପୂର୍ବାନୁମାନ କରିଛି ।

you can also read…

   Related Posts