ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା , ଜଣେ ମୃତ

7/03/2020 at 8:08 AM

ଲମତାପୁଟ  ୦୭।୦୩ : ଭାରସାମ୍ୟ ହରାଇ ପିଟିହେଲା ବାଇକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକ ଲମତାପୁଟ ବ୍ଲକ କଡ୍ରି ଗାଁର ଜଗନ୍ନାଥ ମୁଦୁଲି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଦାସପୁଟ ଗାଁ ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ଏକ ବାହାଘର ସାରି ଘରକୁ ଫେରୁଥିଲେ ଜଗନ୍ନାଥ । କିନ୍ତୁ ଦାସପୁଟ ଗାଁ ନିକଟରେ ଗାଡିରୁ ନିଜର ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଦୁର୍ଘଟଣାରେ ଜଗନ୍ନାଥଙ୍କ ସହ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟଲୋକ ଉଭୟଙ୍କୁ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଛି । ତେବେ ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ଘେନୁ ମୁଦୁଲି ବୋଲି ଜଣାପଡିଛି । ଏବଂ ତାଙ୍କୁ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତିରତ କରାଯାଇଛି । ଲମତାପୁଟ ମେଡିକାଲରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

   Related Posts