ହସ୍ପିଟାଲରୁ ଡିଶ୍ଚାର୍ଯ ହେଲେ ଲାଲୁ ପ୍ରସାଦ ଯାଦବ, ସିଙ୍ଗାପୁରରେ ହୋଇଥିଲା କିଡନୀ ଟ୍ରାନ୍ସପ୍ଲାଣ୍ଟ
24/12/2022 at 6:23 PM

ପାଟନା ୨୪।୧୨: ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ୍ ହସ୍ପିଟାଲରୁ ଡିଶ୍ଚାର୍ଯ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ। ଏଠାରେ ଗତ ଡିସେମ୍ବର ୫ ତାରିଖ ଦିନ ଲାଲୁଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟରେ ବେଶ୍ ସୁଧାର ଆସିଛି। ତେବେ ଡିଶ୍ଚାର୍ଯ ହେବାପରେ ମଧ୍ୟ ଡାକ୍ତରଙ୍କ ସହ ସମ୍ପର୍କରେ ରହିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଛି। ରିପୋର୍ଟ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ସୁଧାର ହେଉଛି।

ଲାଲୁଙ୍କୁ କିଡନୀ ଦାନ କରିଥିବା ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କୁ କିଛି ଦିନ ପରେ ହସ୍ପିଟାଲରୁ ଡିଶ୍ଚାର୍ଯ କରିଦିଆଯାଇଥିଲା। ସେ ଏବେ ସ୍ୱସ୍ଥ ଅଛନ୍ତି। ରୋହିଣୀ ଏବେ ସାମାନ୍ୟ ସତର୍କତା ସହିତ ସ୍ୱଭାବିକ ଦିନଚର୍ଯ୍ୟାକୁ ଫେରିଆସିଲେଣି। ଉଲ୍ଲେଖଯୋଗ୍ୟ ଯେ ଲାଲୁ ପ୍ରସାଦ ଯାଦବ ଅପରେସନ ପୂର୍ବରୁ ସିଙ୍ଗାପୁରରେ ଝିଅଙ୍କ ଘରେ ରହୁଥିଲେ। ଏବେ ଲାଲୁ ଯାଦବଙ୍କୁ ପ୍ରାୟ ୧୯ ଦିନ ପରେ ହସ୍ପିଟାଲରୁ ଛଡା ଯାଇଛି। ତେବେ ତା ପୂର୍ବରୁ ଲାଲୁ ଯାଦବ ଡାକ୍ତରଙ୍କ ତତ୍ୱାବଧାନରେ ହସ୍ପିଟାଲରେ ଚାଲବୁଲ କରୁଥିଲେ।

ଲାଲୁ ଯାଦବଙ୍କୁ ତାଙ୍କ ଝିଅ ଗୋଟିଏ କିଡନୀ ଦାନ କରିଛନ୍ତି। ଏଣୁ ଲାଲୁଙ୍କ ପୂର୍ବରୁ ତାଙ୍କର ଅପରେସନ ହୋଇଥିଲା। କୁହାଯାଉଛି ହସ୍ପିଟାଲରୁ ଡିଶ୍ଚାର୍ଯ ପରେ ଲାଲୁ ଯାଦବ କିଛି ଦିନ ସିଙ୍ଗାପୁରରେ ଅବସ୍ଥାନ କରିବେ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଏବେ ତାଙ୍କୁ ଆଉ କିଛି ସମୟ ଲାଗିବ। ଏଣୁ ସେ ପର୍ଯ୍ୟନ୍ତ ସେ ସିଙ୍ଗାପୁରରେ ଝିଅଙ୍କ ଘରେ ହିଁ ଅବସ୍ଥାନ କରିବେ। ଏଣୁ ଲାଲୁଙ୍କ ବଡଦିନ ଓ ନୂଆ ବର୍ଷ ସିଙ୍ଗାପୁରରେ କଟିବ ବୋଲି ଜଣାପଡିଛି।