ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟ, ଏୟାର ଆମ୍ବଲାନ୍ସରେ ଗଲେ ଦିଲ୍ଲୀ

Published By : Prameya-News7 Bureau | July 06, 2022 IST

ନୂଆଦିଲ୍ଲୀ ୦୬।୦୭ : ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା । ବିହାରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ପରିବାର ପକ୍ଷରୁ ଦିଲ୍ଲୀ ସିଫ୍ଟ କରାଯାଉଛି । ଆରଜେଡି ପ୍ରମୁଖଙ୍କୁ ଦିଲ୍ଲୀ ସ୍ଥିତ ଏମ୍‌ସ ମେଡିକାଲରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ୧୩ ଦିନ ତଳେ ପାଟଣା ସ୍ଥିତ ରାବଡ଼ି ଦେବୀ ଆବାସରେ ଲାଲୁ ସିଡି ପାହାଚ ଚଢ଼ୁଥିବା ସମୟରେ ପଡ଼ିଯାଇଛନ୍ତି। ଫଳରେ ତାଙ୍କୁ ତୁରନ୍ତ ପାରସ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ନିୟମିତ ଭାବେ ଡାକ୍ତର ତାଙ୍କ ଚିକିତ୍ସା ଜାରି ରଖିଥିଲେ । କିନ୍ତୁ ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସନଥିଲା । ଶେଷରେ ପରିବାର ପକ୍ଷରୁ ଅନ୍ୟ ସ୍ଥାନରେ ଚିକିତ୍ସା କରିବା ପାଇଁ  ନିଷ୍ପତ୍ତି ହୋଇଥିଲା । ଆଉ ଏବେ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁଙ୍କ ଦିଲ୍ଲୀ ସ୍ଥିତ ଏମ୍‌ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିବ ।

ସେପଟେ ପରିବାର ସଦସ୍ୟମାନେ ମଧ୍ୟ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ପତ୍ନୀ ରାବଡି ଦେବୀ, ପୁଅ ଓ ଝିଅ ଲଗାତର ଭାବେ ଲାଲୁ ସ୍ୱାସ୍ଥ୍ୟ ନେଇ ଟିକିନିକ୍‌ ଖବର ରଖୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.