ପାରୋଲରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ
9/05/2018 at 10:19 AM

ବଡ ପୁଅ ତେଜପ୍ରତାପ ଯାଦବଙ୍କ ବାହାଘରରେ ସାମିଲ ହେବା ପାଇଁ ଲାଲୁପ୍ରସାଦ ଯାଦବଙ୍କୁ ମିଳିଲା ୫ ଦିନ ଅନୁମତି। ମେ ୯ରୁ ୧୩ ପର୍ଯ୍ୟନ୍ତ ପାରୋଲରେ ରହିବେ ଲାଲୁପ୍ରସାଦ। ରାଞ୍ଚି ଏସପି ଓ ଝାଡଖଣ୍ଡ ଆଡଭୋକେଟ ଜେନେରାଲ ପାରୋଲପାଇଁ ଲାଲୁପ୍ରସାଦ ଯାଦବଙ୍କ ଆବେଦନ ଉପରେ କୌଣସି ଆପତ୍ତି ନଜଣାଇବାପରେ ଲାଲୁଙ୍କୁ ମିଳିଛି ଅନୁମତି। ୩ଟି ଗୋଖାଦ୍ୟ ଦୁର୍ନିତି ମାମଲାରେ ସିବିଆଇ ସ୍ବତନ୍ତ୍ର ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହେବାପରେ ଏବେ ଜେଲ ସଜା କାଟୁଛନ୍ତି ଲାଲୁ। ନିକଟରେ ସେ ଅସୁସ୍ଥ ହୋଇପଡିବାରୁ ଏବେ ରାଞ୍ଚିସ୍ଥିତି ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଛନ୍ତି। ଆଜି ସନ୍ଧ୍ୟାରେ ଲାଲୁଙ୍କୁ ପାଟଣାକୁ ଅଣାଯିବ। ମେ୧୨ରେ ବିହାରର ପୂର୍ବତନ ମନ୍ତ୍ରୀ ତେଜପ୍ରତାପ-ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ହେବ ବାହାଘର।