ଜବତ ରଖିଥିବା ପାସପୋର୍ଟ ଫେରାଇବାକୁ ସିବିଆଇ କୋର୍ଟରେ ଆବେଦନ କଲେ ଲାଲୁ ଯାଦବ

Published By : Prameya-News7 Bureau | September 14, 2022 IST

ପାଟନା: ଚିକିତ୍ସା ପାଇଁ ବିଦେଶ ଯିବେ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଏଥିପାଇଁ ଭିସା ଦେବାକୁ ସେ ସିବିଆଇ ସ୍ପେଶାଲ କୋର୍ଟରେ ଆବେଦନ କରିଛନ୍ତି। ସ୍ୱାସ୍ଥ୍ୟ ସମସ୍ୟା ଦେଖାଇ ଭିଜା କୋହଳ କରିବାକୁ ଲାଲୁ ଆବେଦନ କରିଥିବା ବେଳେ ଚିକିତ୍ସା ପାଇଁ ସେ ସିଙ୍ଗାପୁର ଯିବେ ବୋଲି ଆବେଦନରେ ଦର୍ଶାଇଛନ୍ତି।

ଲାଲୁ ଯାଦବ କିଡ୍‌ନୀ ରୋଗରେ ପୀଡ଼ିତ ଅଛନ୍ତି। ସେପ୍ଟେମ୍ବର ୨୪ ତାରିଖରେ ସିଙ୍ଗାପୁରର ନେଫ୍ରୋଲୋଜିଷ୍ଟ ସ୍ପେଶିଆଲିଷ୍ଟ ସହ ତାଙ୍କର ଆପଏଣ୍ଟ ଫିକ୍ସ ହୋଇଛି। ତେଣୁ ସେପ୍ଟେମ୍ବର ୨୨ ସୁଧା ତାଙ୍କୁ ସିଙ୍ଗାପୁର ଯିବାକୁ ହେବ ବୋଲି ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ଅନନ୍ତ କୁମାର ସୂଚନା ଦେଇଛନ୍ତି।

ସୂଚନା ଥାଉକି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଚାରା ଦୁର୍ନୀତିର ୫ ଟି ଅଲଗା ଅଲଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେଥିମଧ୍ୟରୁ ଝାରଖଣ୍ଡର ଚାଇବାସା, ଦେଓଘର, ଡୁମକା ଏବଂ ଡୋରାଣ୍ଡ ଟ୍ରେଜେରିରୁ ଅଧିକ ଟଙ୍କା ଉଠାଣ ମାମଲା ବି ରହିଛି। ଚାରା ଦୁର୍ନୀତି ଅଭିଯୋଗରେ ଲାଲୁଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.