previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ରାବଡ଼ି ଆବାସରେ ସିଡ଼ି ପାହାଚ ଚଢ଼ିବା ବେଳେ ପଡ଼ିଗଲେ ଲାଲୁ ପ୍ରସାଦ; ଅଣ୍ଟାରେ ଆଘାତ ସହ ଭାଙ୍ଗିଲା କାନ୍ଧ

3/07/2022 at 9:59 PM

ପାଟନା ୦୩/୦୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସହିତ ଏକ ଅଘଟଣ ହୋଇଥିବା ସୂଚନା ମିଳିଛି। ପାଟଣାରେ ଥିବା ରାବଡ଼ି ଦେବୀ ଆବାସରେ ସେ ସିଡି ପାହାଚ ଚଢ଼ୁଥିବା ସମୟରେ ପଡ଼ିଯାଇଛନ୍ତି। ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କ ଚିକିତ୍ସା କରିଛନ୍ତି।

ଏହି ଅଘଟଣକୁ ନେଇ କୁହାଯାଉଛିଯେ, ଲାଲୁ ପ୍ରସାଦ ପଡ଼ିବା ଯିବା ଫଳରେ ତାଙ୍କ ଡାହାଣ କାନ୍ଧର ହାଡ଼ ଭାଙ୍ଗି ଯିବା ସହ ଅଣ୍ଟାରେ ମଧ୍ୟ ଆଘାତ ଲାଗିଛି। କଙ୍କଡ଼ବାଗର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଛି। ତାଙ୍କ ଡାହାଣ କାନ୍ଧ ପ୍ଲାଷ୍ଟର ହେବା ପରେ ତାଙ୍କୁ ଘରକୁ ଅଣାଯାଇଛି।   

ଅନ୍ୟପଟେ ଲାଲୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର କହିଛନ୍ତି। ‘ଡରିବାର କୌଣସି ଆବଶ୍ୟକତା ନାହିଁ,ତାଙ୍କ ଡାହାଣ କାନ୍ଧରେ ସାମାନ୍ୟ ଭାଙ୍ଗିଯାଇଛି। ଏବେ ତାଙ୍କୁ ଘରେ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି’। ସେପଟେ ଲାଲୁଙ୍କୁ ନେଇ ଏପରି ଖବର ଶୁଣିବା ପରେ କାର୍ଯ୍ୟକର୍ତ୍ତା ଓ ନେତାମାନେ ଚିନ୍ତିତ ହୋଇଛନ୍ତି ଓ ରାବଡ଼ି ଦେବୀ ଆବାସରେ ଲାଲୁଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି।       

   Related Posts