ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରାକୁ ନେଇ ଲାଲୁ ଯାଦବଙ୍କ ବଡ଼ ଇଶାରା, କହିଲେ ଏକତା ଲାଗି ବୈଙ୍ଗାଲୁରରେ ହେବ ପରବର୍ତ୍ତି ବୈଠକ

Published By : Prameya-News7 Bureau | July 06, 2023 IST

ନୂଆଦିଲ୍ଲୀ ୬।୭: ବିଜେପି ବିରୋଧୀ ମେଣ୍ଟ ଦଳଙ୍କ ନେତା ରାହୁଲ ଗାନ୍ଧି ହୋଇପାରନ୍ତି! ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଗୁରୁବାର ଏହି ସଂକେତ ଦେଇଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ଗଣମାଧ୍ୟମ ଲାଲୁଙ୍କୁ ପାଟନା ବୈଠକ ପରେ ରାହୁଲଙ୍କୁ କାହିଁକି ବିବାହ କରିବାକୁ ପରାମର୍ଶ ଦେଇଥିଲେ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଯିଏବି ପ୍ରଧାନମନ୍ତ୍ରୀ ହେବେ ସେ ଅବିବାହିତ ରହିବା ଉଚିତ ନୁହେଁ ବୋଲି ଲାଲୁ କହିଛନ୍ତି। ପତ୍ନୀଙ୍କ ବିନା କେହି ପିଏମ ଆବାସରେ ରହିବା ଭଲ ନୁହେଁ ଓ ଏହି ପ୍ରଥା ବନ୍ଦ ହେବା  ଦରକାର ବୋଲି ସେ କହିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲା:  ଜାମିନ ପାଇଁ ସୁପ୍ରିମକୋର୍ଟକୁ ଗଲେ ମନିଷ ସିସୋଦିଆ

ତେବେ ଆଗାମୀ ସାଧାରଣ ନିର୍ବାଚନରେ କିଏ ମିଳିତ ବିରୋଧୀ ଦଳଙ୍କ ଚେହେରା ହେବେ ବୋଲି ଗଣମାଧ୍ୟମର ପ୍ରଶ୍ନରେ ଲାଲୁ ନିରବୀ ଯାଇଥିଲେ। ସେ କହିଥିଲେ ଯେ ୨୦୨୪ ଲୋକସଭା ନିର୍ବାଚନରେ କେନ୍ଦ୍ରରୁ ବିଜେପିକୁ ଉପାଡି ଫୋପାଡିବା ପାଇଁ ଆମେ ପାଟନାରେ ବୈଠକ କରିଥିଲୁ। ବିରୋଧୀ ଦଳଙ୍କ ଏକତା ଲାଗି ଆମର ଆଗାମୀ ବୈଠକ ବେଙ୍ଗାଲୁରରେ ହେବ। ସେ ଦାବି କରିଛନ୍ତି ଯେ ମହାମେଣ୍ଟକୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଅନୁନ୍ୟ ୩୦୦ଟି ଆସନ ମିଳିବ।   

{"id":813472,"width":838,"height":472,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ଲାଲୁ ପ୍ରସାଦ ଯାଦବ ତାଙ୍କ ବ୍ଲଡ ଟେଷ୍ଟ ପାଇଁ ଗୁରୁବାର ଦିଲ୍ଲୀ ପହଞ୍ଚିଛନ୍ତି। ସିଙ୍ଗାପୁରରେ କଡିନୀ ଟ୍ରାନ୍ସପ୍ଲାଣ୍ଟ କରି ଫେରିବା ପରେ ସେ ଏବେ ଡାକ୍ତରଙ୍କ ଦେଖରେଖରେ ଅଛନ୍ତି। ତେବେ ଗୁରୁବାର ବିମାନ ବନ୍ଦରରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଲାଲୁଙ୍କୁ ତାଙ୍କ ଅନ୍ଦାଜରେ ଦେଖାଯାଇଛି। ମହାରାଷ୍ଟ୍ର ରାଜନୀତିକୁ ନେଇ ଲାଲୁ ଶରଦ ପାୱାର ଜଣେ ମଜଭୁତ ନେତା ବୋଲି କହିଛନ୍ତି। ଶରଦ ପାୱାରଙ୍କୁ ରିଟାୟର ହେବା ଲାଗି ଅଜିତ ପାୱାରଙ୍କ ବୟାନ ପ୍ରସଙ୍ଗରେ ଲାଲୁ ରାଜନୀତିରେ ରିଟାୟାରମେଣ୍ଟ ନଥିବା କହିଛନ୍ତି।

ପୁତୁରାଙ୍କୁ କକାଙ୍କ ଜବାବ, ମୁଁ NCPର ଅଧ୍ୟକ୍ଷ; ଅଜିତଙ୍କ ଅବସର କଟାକ୍ଷ ଉପରେ ଏମିତି ଉତ୍ତର ରଖିଲେ ଶରଦ ପାଓ୍ଵାର

ଗଣମାଧ୍ୟମ ସହ ଆଲୋଚନାରେ ଲାଲୁ ଆଇଆରସିଟିସି ଅନିୟମିତତାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଏହା ସେତେବେଳର ମାମଲା ଯେତେବେଳେ ତେଜସ୍ୱୀ ଯାଦବଙ୍କର ନିଶ ବି ଉଠି ନଥିଲା। ଏହାର କୌଣସି ପ୍ରଭାବ ପଡିବାର ନାହିଁ ଓ ଖୁବ୍ ଶୀଘ୍ର ଏହି କେସ୍ ସମାପ୍ତ ହୋଇଯିବ। ଏକ ପ୍ରଶ୍ନର ଜବାବରେ ଲାଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସବୁଠୁ ଭ୍ରଷ୍ଟନେତା ବୋଲି କହିଛନ୍ତି। ସେ ସବୁ ଭ୍ରଷ୍ଟ ଲୋକଙ୍କୁ ସଞ୍ଚାଳନ କରୁଛନ୍ତି। ମୋଦି ଯାହାକୁ ଭ୍ରଷ୍ଟ ବୋଲି କହୁଛନ୍ତି ତାଙ୍କୁ ମହାରାଷ୍ଟ୍ରରେ ମନ୍ତ୍ରୀ କରିଛନ୍ତି। ଏହା ସମସ୍ତେ ଏବେ ଦେଖିଲେ ବୋଲି ଲାଲୁ କହିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.