ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଗମ୍ଭୀର ହେଉଛି କିଡନୀ ସମସ୍ୟା

Published By : Prameya-News7 Bureau | December 12, 2020 IST

ପାଟଣା ୧୨/୧୨ : ରାଷ୍ଟ୍ରୀୟ ଜନତା ଦଳ ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଗୁରୁତର ହୋଇପଡିଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଲାଲୁଙ୍କ କିଡନୀ ସଞ୍ଚାଳନ ଯେକୌଣସି ସମୟରେ ବିଗିଡି ପାରେ । ଏହା କହିଛନ୍ତି ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ ।

ଡାକ୍ତର ଉମେଶ ଯାଦବ କହିଛନ୍ତି, ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ନାହିଁ । ପୂର୍ବ ଅପେକ୍ଷା ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ଗମ୍ଭୀର ହୋଇପଡିଛି । ଜେଲରେ ଥିବା ଲାଲୁ ପ୍ରସାଦ ଯାଦବ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୀର୍ଘଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଚାରା ଘୋଟାଲା ମାମଲାରେ ଜେଲରେ ଥିବା ଲାଲୁ ପ୍ରସାଦ ଯାଦବ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ, ରାଞ୍ଚିରେ ଚିକିତ୍ସିତ ହେଉଛନ୍ତି ।

ଲାଲୁଙ୍କ କିଡନୀର କ୍ରିଏଟିନାଇନ୍ ଲେବଲ୍ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ବର୍ତ୍ତମାନ ତାଙ୍କ କିଡନୀରୁ ମାତ୍ର ୨୫ ପ୍ରତିଶତ କାମ କରୁଛି । ତେବେ ଯଦି ଆଗାମୀ କିଛି ଦିନ ପାଇଁ ସ୍ଥିତି ସମାନ ରହେ, ତେବେ ତାଙ୍କୁ ଡାଏଲିସିସ୍ କରିବାକୁ ପଡିପାରେ । ଲାଲୁଙ୍କ ଚିକିତ୍ସା କରୁଥିବା ଡକ୍ଟର ଉମେଶ ପ୍ରସାଦ କହିଛନ୍ତି ଯେ ଗତ କିଛି ଦିନ ହେବ ଲାଲୁ ପ୍ରସାଦ ବହୁତ ଚିନ୍ତିତ ଏବଂ ବିବ୍ରତ ଜଣାପଡୁଥିଲେ । ସେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ସୂଚନା RIMS ପରିଚାଳକ ଏବଂ ସରକାରଙ୍କୁ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.