suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜେଲରୁ ବାହାରିବେ କି ଲାଲୁ ଯାଦବ ? ବେଲ୍ ମିଳିବା ନେଇ ଆଜି ଝାଡଖଣ୍ଡ ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

6/11/2020 at 12:48 PM

ବିହାର ୦୬/୧୧ : ବହୁ ଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ବେଲ୍ ମିଳିବା ନେଇ ଆଜି ଝାଡଖଣ୍ଡ ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ । ଲାଲୁଙ୍କୁ ବେଲ୍ ମିଳିବ ନା କୋର୍ଟରୁ ନିରାଶ ହେବେ ସେ ନେଇ ସମର୍ଥକ ମାନଙ୍କ ମଧ୍ୟରେ ସସପେନ୍ସ ଲାଗି ରହିଛି । ବେଲ୍ ପାଇଁ ଆବେଦନ କରିବା ପରେ ନଭେମ୍ବର ୬ ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ କୋର୍ଟ ।

ଚାରା ଘୋଟାଲା ସହ ଜଡିତ ଦୁମକା ଟ୍ରେଜେରିରୁ ଅବୈଧ ଭାବେ ୧୩୯ କୋଟି ଟଙ୍କା ଉଠାଣ ଓ ୩.୧୩ କୋଟି ଟଙ୍କା ହେରଫେର ମାମଲାରେ ଲାଲୁ ଯାଦବଙ୍କୁ ୭ ବର୍ଷ ଦଣ୍ଡ ଶୁଣାଇବା ସହ ଆର୍ଥିକ ଜରିମାନା ମଧ୍ୟ ଆଦାୟ କରିଥିଲେ କୋର୍ଟ । ତେବେ ଜେଲ୍ ଦଣ୍ଡ ଭୋଗିବାର ଅଧା ବର୍ଷ ପୂରିଯାଇଥିବାରୁ ବେଲ୍ ପାଇଁ ଆବେଦନ କରିଥିଲେ ଲାଲୁଙ୍କ ଓକିଲ ପ୍ରଭାତ କୁମାର ଯାହାର ଶୁଣାଣି ଆଜି ହେବାକୁ ଯାଉଛି । ଯଦି କୋର୍ଟ ଶୁଣାଣି କରି ବେଲ୍ ପ୍ରଦାନ କରନ୍ତି ତେବେ ସେ ଜେଲରୁ ବାହାରକୁ ଆସିପାରିବେ ।

ଲାଲୁ ଯାଦବଙ୍କୁ ଚାରା ଘୋଟାଲା ମାମଲାରେ ମୋଟ ୫ଟି ରୁ  ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସେହି ୪ ମାମଲା ମଧ୍ୟରୁ ୩ଟିରେ ଲାଲୁଙ୍କୁ ବେଲ୍ ମିଳିସାରିଛି, ଯଦି ଆଜି ବେଲ୍ ମିଳିଯାଏ ତେବେ ଲାଲୁଙ୍କ ଜେଲରୁ ବାହାରିବା ଆଶା ଅଧିକ ।

   Related Posts