vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ

20/05/2022 at 9:53 AM

ନୂଆଦିଲ୍ଲୀ ୨୦/୦୫:  ସିବିଆଇ ସ୍କାନରରେ ଆରଜେଡି ନେତା ଲାଲୁ ଯାଦବ ।  କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ ଲାଲୁ ଯାଦବଙ୍କ ସହ ଜଡିତ ୧୭ଟି ସ୍ଥାନରେ ଚଢଉ କରିଛି । ତାଙ୍କ ପତ୍ନୀ ରାବଡୀ ଦେବୀ ଓ ଝିଅ ମୀସା ଭାରତୀଙ୍କ ପାଟନା, ଗୋପାଲଗଞ୍ଜ ଓ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ ହୋଇଛି । ବିଭିନ୍ନ ଦୁର୍ନୀତି ସହ ଜଡିତ ମାମଲାକୁ ନେଇ ଏହି ଚଢଉ କରାଯାଇଛି ।

ତେବେ ନିଯୁକ୍ତିରେ ଦୁର୍ନୀତିକୁ ନେଇ ସିବିଆଇ ଏହି ଚଢଉ କରିଥିବା ସୂଚନା ମିଳିଛି । ଅଭିଯୋଗ ହୋଇଛି ଯେ, ଚାକିରୀ ଦେବା ବଦଳରେ ଲାଲୁ ପରିବାର ଅନେକଙ୍କଠୁ ଘର ଓ ଜମି ନେଇଥିଲେ ।

ସିବିଆଇର ସୂତ୍ରାନୁସାରେ, ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିଲା ବେଳେ ଦୁର୍ନୀତି ହୋଇଥିଲା । ସେ ଚାକିରୀ ବଦଳରେ ଅନେକଙ୍କଠୁ ଜମି ଓ ଘର ନେଇଥିଲେ । ଏହି ମାମଲାରେ ସିବିଆଇ ଏଫଆଇଆର ଦାଖଲ କରିଥିଲା । ଯାହାକୁ ଭିତ୍ତି କରି ୧୭ଟି ସ୍ଥାନରେ ରେଡ୍ କରାଯାଇଛି ।

ପାଟନାରେ ବି ରେଡ୍

ସିବିଆଇ ପାଟନାସ୍ଥିତ ରାବଡୀ ଦେବୀଙ୍କ ୧୦ ସର୍କୁଲାର ରୋଡରେ ଥିବା ବାସଭବନରେ ଚଢଉ କରିଛି । ଘର ମଧ୍ୟରେ ସିବିଆଇ ଅଧିକାରୀମାନେ ତଦନ୍ତ କରୁଛନ୍ତି । ସକାଳୁ ହିଁ ସିବିଆଇ ଘରେ ରେଡ୍ କରିଥିଲା ।

   Related Posts