ଝିଅ ଋଚିରଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ କରୋନାରେ ଆକ୍ରାନ୍ତ ଲଳିତ ମୋଦି, କହିଲେ ଏବେ ସେ ସବୁ ସମ୍ପତ୍ତିର ମାଲିକ

Published By : Prameya-News7 Bureau | January 15, 2023 IST

ଲଣ୍ଡନ ୧୫।୧: ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଲଣ୍ଡନ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ମୋଦି ରବିବାର ତାଙ୍କର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ସେ ତାଙ୍କ ଝିଅ ଋଚିର ମୋଦିଙ୍କୁ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଲଳିତ ମୋଦି ଗତ କିଛି ସମୟ ହେଲା ସମ୍ପତ୍ତି ବିବାଦରେ ଘେରି ଯାଇଛନ୍ତି। ଏଥିରେ ସେ କରୋନାରେ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଋଚିର ମୋଦି ଉତ୍ତରାଧିକାରୀ ହେବେ ବୋଲି ସେ ଝିଅ ସହ ବିଚାରବିମର୍ଷ କରିଥିବା କହିଛନ୍ତି।

ବ୍ୟବସାୟୀକ ଗ୍ରୁପ କେ.କେ. ମୋଦି ଫ୍ୟାମିଲି ଟ୍ରଷ୍ଟରେ ଜାରି ସମ୍ପତ୍ତି ବିବାଦରେ ଲଳିତ ମୋଦି ତାଙ୍କ ଝିଅ ଋଚିର ମୋଦିଙ୍କୁ ତତ୍କାଳ ପ୍ରଭାବରେ ଉତ୍ତରାଧିକାରୀ ନିଯୁକ୍ତ କରିଥିବା ଲଳିତ ଘୋଷଣା କରିଛନ୍ତି। ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଋଚିର ମୋଦିଙ୍କୁ ପାରିବାରିକ ମାମଲାରେ ତାଙ୍କର ଉତ୍ତରାଧିକାରୀ କରୁଥିବା ଉଲ୍ଲେଖ କରିଛନ୍ତି। ଏ ବାବଦେ ସେ ଝିଅ ଆଲିଆ ସହ କଥା ହେବା ପରେ ଏହି ନିଷ୍ପତ୍ତି ନେଉଥିବା ଉଲ୍ଲେଖ କରିଛନ୍ତି।

{"id":733518,"sizeSlug":"full","linkDestination":"none"}

ସମ୍ପତ୍ତି ନିୟନ୍ତ୍ରଣକୁ ନେଇ ଲଳିତ ମୋଦିଙ୍କର ତାଙ୍କ ମା ଓ ଭଉଣୀଙ୍କ ସହିତ  ବିବାଦ  ହୋଇଛି। ମୋଦି ଏହି ଆଇନଗତ ବିବାଦକୁ ଦୀର୍ଘ, କ୍ଲାନ୍ତିକାରକ ଓ ଜଟିଳ ବୋଲି ଉଲ୍ଲେଖ କରିଥିବା ବେଳେ ଏହାର ସମାଧାନ ଲାଗି ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇସାରିଥିବାର ଉଲ୍ଲେଖ କରିଛନ୍ତି । ତେବେ ବିବାଦ ସମାଧାନର କୌଣସି ରାସ୍ତା ଦେଖାଯାଉନି ବୋଲି କହିଛନ୍ତି। ଏଥିଯୋଗୁ ମୋତେ ବହୁତ ପୀଡ଼ା ହେଉଥିବା ସେ ଉଲ୍ଲେଖ କରିଥିବା ବେଳେ ପାରିବାରିକ ମାମଲାର ନିୟନ୍ତ୍ରଣ ଓ ଟ୍ରଷ୍ଟରେ ନିଜର ଲାଭ ଦାୟକ ହୀତର କମାଣ୍ଡ ଏବେ ଝିଅ ଋଚିର ମୋଦିଙ୍କୁ ଦେଇ ଦେବା ଦରକାର ବୋଲି କହିଛନ୍ତି।

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପୂର୍ବତନ ଚେୟାରମ୍ୟାନ୍‌ ଲଳିତ ମୋଦିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ମେକ୍ସିକୋ ସିଟିରୁ ଲଣ୍ଡନ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ଏବେ କ୍ରୁତ୍ରିମ ଅକ୍ସିଜେନ ସପୋର୍ଟରେ ରଖା ଯାଇଥିବା ବେଳେ ସେ ତାଙ୍କ ଜୀବନକୁ ନେଇ ଦୋ ଛକିରେ ଛିଡା ହୋଇଛନ୍ତି। ଏଣୁ ଝିଅ ଋଚିରକୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିବା ପରେ ଫ୍ୟାମିଲି ଟ୍ରଷ୍ଟର କୌଣସି ସମ୍ପତ୍ତି ଅଥବା ଆମଦାନୀନେଇ ମୋର ଆଉ ଆଗ୍ରହ ରହିବନି ବୋଲି କହିଛନ୍ତି। ତେବେ ଯେ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ସେ କେକେଏମଏଫଟିରେ ନ୍ୟାସୀ ରହିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.