‘ଲାଲ୍‌ ସିଂ ଚଢା’ ଏବଂ ‘ରକ୍ଷା ବନ୍ଧନ’ ମଧ୍ୟରେ ଆଜି ହେବ କଡ଼ା ଟକ୍କର୍‌, କାହା ଉପରେ କିଏ ପଡିବ ଭାରି ?

Published By : Prameya-News7 Bureau | August 11, 2022 IST

ମୁମ୍ବାଇ ୧୧।୦୮: ଗୁରୁବାର ଅର୍ଥାତ୍‌ ଆଜି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ମୁକ୍ତିଲାଭ କରୁଛି ଚଳିତ ବର୍ଷର ଦୁଇଟି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ୍‌ ସିଂ ଚଢା’ ଓ ‘ରକ୍ଷା ବନ୍ଧନ’ । ବର୍ଷର ପ୍ରଥମାର୍ଦ୍ଧରେ ବଲିଉଡ୍‌ ଫିଲ୍ମଗୁଡ଼ିକର ଖରାପ ପ୍ରଦର୍ଶନ କରିଥିଲା। ସେହିଭଳି ବକ୍ସ-ଅଫିସ୍‌ରେ ଅଣ-ହିନ୍ଦୀ ଫିଲ୍ମଗୁଡ଼ିକର ଦବ୍‌ଦବା ଦେଖିବାକୁ ମିଳିଛି। ତେବେ ଅମୀର ଖାନ୍‌ ଓ ଅକ୍ଷୟ କୁମାରଙ୍କ ଏହି ଦୁଇ ଫିଲ୍ମର ବକ୍ସ-ଅଫିସ୍‌ କଲେକ୍ସନ୍‌ ତଳକୁ ତଳକୁ ଖସୁଥିବା ବଲିଉଡ୍‌ ଇଣ୍ଡଷ୍ଟ୍ରିର ଉତ୍‌ଥାନରେ ବହୁତ ବଡ଼ ଭୂମିକା ନିର୍ବାହ କରିବ ।

୧୮୦ କୋଟି ବଜେଟ୍‌ରେ ପ୍ରସ୍ତୁତ ଅମିରଙ୍କ ‘ଲାଲ୍‌ ସିଂ ଚଢା’ର ୯୫ ହଜାରରୁ ଅଧିକ ଟିକେଟ୍‌ ବୁକ୍‌ ହୋଇସାରିଛି । ସେହି ଆଧାରରେ ଫିଲ୍ମ ଏବେଠୁ ୧୧.୫ କୋଟିରୁ ଅଧିକ ବ୍ୟବସାୟ କରିସାରିଛି । ସେପଟେ ଅକ୍ଷୟ କୁମାରଙ୍କ ପାରିବାରିକ ନାଟକ ‘ରକ୍ଷା ବନ୍ଧନ’ ଅମୀରଙ୍କ ପଛରେ ରହିଛି । ଏବେ ସୁଦ୍ଧା ଏହାର ହାରାହାରି ୫୦ ହଜାର ଟିକେଟ୍‌ ବିକ୍ରି ହୋଇଛି । ଫିଲ୍ମ ରିଲିଜ୍‌ ପୂର୍ବରୁ ଏଇଟି ୪.୫ କୋଟି ଆୟ କରିଛି । ଆଡ୍‌ଭେଟ୍‌ ଚନ୍ଦନଙ୍କ ନିର୍ଦ୍ଦେଶିତ ‘ଲାଲ୍‌ ସିଂହ ଚଡ୍‌ଢା’ ପ୍ରାୟ ୪ ହଜାର ଥିଏଟରରେ ମୁକ୍ତିଲାଭ କରିବ ।

ସେପଟେ ଆନନ୍ଦ ଏଲ୍‌ ରାୟଙ୍କ ନିର୍ଦ୍ଦେଶିତ ‘ରକ୍ଷା ବନ୍ଧନ’ ୪୨୦୦ ପରଦାରେ ରିଲିଜ୍‌ ହେବ । କମ୍‌ ପରଦା ପାଇବା ସତ୍ତ୍ଵେ ଅଗ୍ରୀମ ଟିକେଟ୍‌ ବୁକିଂ ମାମଲାରେ ‘ଲାଲ୍‌ ସିଂ ଚଢା’ ଆଗରେ ରହିଛି । ଏହାର କାରଣ ଅମୀର ଖାନ୍‌ ବୋଲି ସିନେ ସମୀକ୍ଷକମାନେ କହିଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ଅମୀର ପରଦାକୁ ଆସୁଛନ୍ତି । ତାଙ୍କର ପୂର୍ବ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ସର୍ବଦା କମାଲ୍‌ କରିଛି ।

ଏବେ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଅମୀର ଖୁଲାସା କରିଛନ୍ତି ଯେ ତାଙ୍କ ଫିଲ୍ମରେ ଶାହରୁଖ୍‌ ଖାନ୍‌ଙ୍କର ଏକ ଛୋଟ ଭୂମିକା ରହିଛି । ‘ଲାଲ୍‌ ସିଂହ ଚଡ୍‌ଢା’ ହେଉଛି ଟମ୍‌ ହାଙ୍କସ ଷ୍ଟାରର୍‌ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ୍‌ । ଏଥିରେ କରୀନା କପୁର, ମୋନା ସିଂହ ଓ ନାଗା ଚୈତନ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.