ଲକ୍ଷ୍ୟ ସେନଙ୍କ ଦମଦାର ପ୍ରଦର୍ଶନ, ଅଲିମ୍ପିକ୍ସର ପ୍ରିକ୍ଵାର୍ଟରରେ କଲେ ପ୍ରବେଶ

Published By : Prameya-News7 Bureau | July 31, 2024 IST

aajtak

ପ୍ୟାରିସ: ପ୍ୟାରିସ ଅଲିମ୍ପକ୍ସରେ ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ଆଜି ଦମଦାର ପ୍ରଦର୍ଶନ କରିଛନ୍ତି। ଲକ୍ଷ୍ୟ ବିଶ୍ଵର ୪ ନମ୍ବର ଖେଳାଳି ଜୋନାଥନ କ୍ରିଷ୍ଟିଙ୍କୁ ସିଧାସଳଖ ଗେମରେ ହରାଇଛନ୍ତି। ଏହି ବିଜୟ ସହ ଏହି ଭାରତୀୟ ଖେଳାଳି ପ୍ରି କ୍ଵାର୍ଟରରେ ପ୍ରବେଶ କରିଛନ୍ତି। 

୨୩ ବର୍ଷୀୟ ଲକ୍ଷ୍ୟ ସେନଙ୍କ ପାଇଁ ଏହି ବିଜୟ ବହୁତ ଗୁରୁତ୍ଵ ବହନ କରୁଛି। କାରଣ ସେ ନିଜଠୁ ଉଚ୍ଚ ମାନ୍ୟତାର ଖେଳାଳିଙ୍କୁ ସହଜରେ ହରାଇଛନ୍ତି। କ୍ରିଷ୍ଟିଙ୍କୁ ଚଳିତ ଅଲିମ୍ପିକ୍ସରେ ତୃତୀୟ ସିଡ୍‌ର ମାନ୍ୟତା ମିଳିଛି। ଲକ୍ଷ୍ୟ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ସଂଘର୍ଷପୂର୍ଣ୍ଣ ପ୍ରଥମ ଗେମକୁ ଲକ୍ଷ୍ୟ ୨୧-୧୮ରେ ଜିତି ନେଇଥିଲେ। ଆଉ ଦ୍ଵିତୀୟ ଗେମ୍‌ରେ ସେ ପ୍ରତିପକ୍ଷ ଖେଳାଳିଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ଦ୍ଵିତୀୟ ଗେମକୁ ସହଜରେ ୨୧-୧୨ରେ ଜିତି ନେଇଥିଲେ। 




ଏହା ପୂର୍ବରୁ ଲକ୍ଷ୍ୟ ସେନ ଜୁଲାଇ ୨୭ରେ ପ୍ରଥମ ମ୍ୟାଚ୍‌ରେ କେଭିନ କର୍ଡନଙ୍କୁ ହରାଇଥିଲେ। ଉକ୍ତ ମ୍ୟାଚ୍‌କୁ ସେ ୨୧-୮ ଓ ୨୨-୨୦ରେ ଜିତି ନେଇଥିଲେ। ଉଲ୍ଲେଖନୀୟ ଲକ୍ଷ୍ୟ ସେନ ନିଜର ପ୍ରଥମ ଅଲିମ୍ପିକ୍ସ ଖେଳୁଛନ୍ତି। ବିଶ୍ଵ ବ୍ୟାଡମିଣ୍ଟନରେ ଲକ୍ଷ୍ୟଙ୍କ ରାଙ୍କିଂ ୨୨ ରହିଛି। 

ଏହା ପୂର୍ବରୁ ଭାରତର ଷ୍ଟାର ସଟଲର ପି.ଭି ସିନ୍ଧୁ ପ୍ୟାରିସ ଅଲିମ୍ପିକ୍ସରେ ଦେଖାଇଛନ୍ତି ଦମ୍ । ଏହି ମ୍ୟାଚ୍‌ରେ ପିଭି ସିନ୍ଧୁ ତାଙ୍କ ଠାରୁ ଦୁର୍ବଳ  ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କୁ ୨୧-୫,୨୧-୧୦ରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.