scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୪ ବର୍ଷରେ ଦୁନିଆକୁ ଅଲବିଦା କହିଲେ ସାଉଥ ଅଭିନେତ୍ରୀ ଲକ୍ଷ୍ମୀକା, ହାର୍ଟଆଟାକ୍‌ରେ ଚାଲିଗଲା ଜୀବନ

9/12/2023 at 2:51 PM

ମୁମ୍ଵାଇ ୦୯।୧୨: ସାଉଥ ସିନେମାରୁ ବର୍ତ୍ତମାନ ଆଉ ଏକ ଖରାପ ଖବର ଆସିଛି। ନିକଟରେ କନ୍ନଡ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଲୀଲାବତୀ ବିଶ୍ୱକୁ ବିଦାୟ ଜଣାଇଥିଲେ। ଏବେ  ୨୪ ବର୍ଷ ବୟସ୍କା ମାଲାୟାଲମ ଅଭିନେତ୍ରୀ ଲକ୍ଷ୍ମୀକା ସଞ୍ଜିବନଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଛି। ଲକ୍ଷ୍ମିକା ଖୁବ୍ କମ୍ ସମୟ ମଧ୍ୟରେ ନିଜେ ଏକ ଭିନ୍ନ ପରିଚୟ ହାସଲ କରିଥିଲେ । ବର୍ତ୍ତମାନ ତାଙ୍କର ଦେହାନ୍ତ ହେବା ଖବର ସମସ୍ତଙ୍କୁ ଚକିତ କରିଛି ।

ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି

ଲକ୍ଷ୍ମୀକାଙ୍କ ଦେହାନ୍ତରେ ମାଲାୟାଲମ ଇଣ୍ଡଷ୍ଟ୍ରିର ତାରକା ତଥା ପ୍ରଶଂସକମାନେ ଦୁଃଖ ପ୍ରକାଶ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଂଯୁକ୍ତ ଆରବ ଏମିରତ୍‌ର ଶାରଜା ଠାରେ ଲକ୍ଷ୍ମୀକା ଶୁକ୍ରବାର ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।

ଲକ୍ଷ୍ମୀକାଙ୍କ କ୍ୟାରିଅର୍

ସୂଚନାଯୋଗ୍ୟ ଯେ ଲକ୍ଷ୍ମିକା ‘ପୁଜୟାମା’, ‘ପଞ୍ଚଭର୍ନାଥା’, ‘ସାଉଦି ବେଲ୍ଲକା’, ‘ଓୟାର’, ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। ଲକ୍ଷ୍ମୀକାଙ୍କର ଶେଷ ଚଳଚ୍ଚିତ୍ର ଥିଲା କୁନ୍, ଯାହାକୁ ପ୍ରଶାନ୍ତ ବି ମଲ୍ଲିକଲ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କର ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ଏକ ସୂର୍ଯ୍ୟାସ୍ତ ଥିଲା। ଯେଉଁଥିରେ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜାଳୀ ଦେଉଛନ୍ତି ।

   Related Posts