‘ଲାକ୍ଷାଗୃହ’ ଯେଉଁଠି ପାଣ୍ଡବଙ୍କୁ ଜାଳିବା ପାଇଁ ହୋଇଥିଲା ଉଦ୍ୟମ, ହିନ୍ଦୁ ପକ୍ଷକୁ ମାଲିକାନା ହକ୍ ଦେଲେ କୋର୍ଟ

Published By : Prameya-News7 Bureau | February 06, 2024 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାଗପତ ଗାଁର ଯେଉଁ ସ୍ଥାନରେ ପାଣ୍ଡବଙ୍କୁ ଜାଳିବା ପାଇଁ ଉଦ୍ୟମ କରାଯାଇଥିଲା, ତାକୁ ନେଇ ହିନ୍ଦୁ ଏବଂ ମୁସଲମାନ ଉଭୟ ନିଜର ବୋଲି ଦାବି କରୁଥିଲେ । ଏବେ କୋର୍ଟ ଏହି ସ୍ଥାନର ମାଲିକାନା ହିନ୍ଦୁ ପକ୍ଷଙ୍କୁ ଦେଇଛନ୍ତି । ଏହାକୁ ଲାଖା ମଣ୍ଡପ ଅଞ୍ଚଳ କୁହାଯାଉଛି । ଏନଡିଟିଭିର ରିପୋର୍ଟ ଅନୁସାରେ କୋର୍ଟଙ୍କ ନିଷ୍ପତ୍ତି ପରେ ଏଠାରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।

ଲାଖା ମଣ୍ଡପ କ୍ଷେତ୍ରରେ ବିବାଦ ୧୯୭୦ରୁ ଆରମ୍ଭ ହୋଇଥିଲା । ମୁକିମ ଖାନ ନାମକ ଜଣେ ବ୍ୟକ୍ତି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହା ଏକ ମଜାର ଥିବା ଦାବି କରିଥିଲେ । ମୁକିନ ଖଆନ କୋର୍ଟରେ କହିଥିଲେ ଯେ ଏହି ସ୍ଥାନ ସୁଫି ସନ୍ଥ ବଦରୁଦ୍ଦୀନ ଶାହାଙ୍କ ମଜାର । କିନ୍ତୁ ଏବେ ଦୀର୍ଘ ଦିନର ଆଇନଗତ ଲଢେଇ ପରେ ବାଗପତ କୋର୍ଟ ଏବେ ରାୟ ଦେଇଛନ୍ତି ଯେ ମୁସଲିମ ପକ୍ଷଙ୍କ ଦାବି ଠିକ୍ ନୁହେଁ । ବିବାଦ ବଢିବା ପରେ ସମ୍ପୃକ୍ତ ଅଞ୍ଚଳକୁ ଏଏସଆଇ ସଂରକ୍ଷିତ ଘୋଷଣା କରିଥିଲା । ଏହି ଅଞ୍ଚଳରେ ଥିବା ଏକ ଢାଞ୍ଚାକୁ ଏଏସଆଇ ଐତିହ୍ୟ ସ୍ଥଳୀ ଘୋଷଣା କରିଥିଲା । ହିନ୍ଦୁ ପକ୍ଷ ଏହାକୁ ମହାଭାରତ ଯୁଗର ଲାକ୍ଷାଗୃହ ବୋଲି ଦାବି କରିଥିଲେ ।

ପଢନ୍ତୁ: ଜ୍ଞାନବାପୀ ମାମଲା: ବାକି ଥିବା ସ୍ଥାନରେ ଏଏସ୍‌ଆଇ ସର୍ଭେ କରିବାକୁ କୋର୍ଟରେ ପୁଣି ଆବେଦ

ଏଏସଆଇ ଏହି ସ୍ଥାନରେ ଖନନ କରିଥିଲା । ଯେଉଁଥିରେ ମହାଭାରତ ସମୟର ପ୍ରମାଣ ମିଳିଥିଲା । ଏହାପରେ ଏହି ସ୍ଥାନରେ ସୁଫି ସନ୍ଥଙ୍କ ମଜାର ନଥିବା ପ୍ରମାଣିତ ହୋଇଥିଲା । ପ୍ରାୟ ୫୩ ବର୍ଷ ଯାଏ ଏହି ସ୍ଥାନକୁ ନେଇ କୋର୍ଟରେ ମୋକଦ୍ଦମା ଚାଲିଥିଲା । ଶେଷରେ କୋର୍ଟ ହିନ୍ଦୁଙ୍କ ସପକ୍ଷରେ ରାୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.