ଲାକ୍ଷାଦ୍ୱୀପ: କଂଗ୍ରେସ ସାଂସଦଙ୍କୁ ୧୦ ବର୍ଷ ଜେଲ୍। ଗଲା ସାଂସଦ ପଦ। ଲାକ୍ଷାଦ୍ୱୀପ ଲୋକସଭା ସାଂସଦ ମହମ୍ମଦ ଫୈଜଲଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯିବା ସହ ଏକ ହତ୍ୟା ଉଦ୍ୟମ ଘଟଣାରେ ୧୦ ବର୍ଷର ଜେଲ୍ ସଜା ହୋଇଛି। ଶୁକ୍ରବାର ଲୋକସଭା ସଚିବ ଏହି ସୂଚନା ଦେଇଛନ୍ତି।
୨୦୦୯ରେ ହୋଇଥିବା ଆତ୍ମହତ୍ୟା ଉଦ୍ୟମ ମାମଲାରେ ଫୈଜଲଙ୍କ ସମେତ ଅନ୍ୟ ୩ ଜଣଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏନେଇ ଲୋକସବା ସଚିବାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଭାରତୀୟ ସମ୍ବିଧାନ ଧାରା ୧୦୨(୧)(ଇ), ତା ସହ ରିପ୍ରେଜେଣ୍ଟେସନ ଅଫ୍ ଦି ପିପୁଲ ଆକ୍ଟ ୧୯୫୧ର ସେସ୍ସନ ୮ରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।
କଭରତୀ କୋର୍ଟରେ ଫୈଜଲ ଦୌଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସାଂସଦ ପଦ ରଦ୍ଦ କରିବା ସହିତ ଜେଲ୍ ଦଣ୍ଡ ଓ ୧ ଲକ୍ଷ ଜରିମାନ କରାଯାଇଛି। ଓକିଲଙ୍କ ସୂଚନା ଅନୁସାରେ, ୨୦୦୯ ଲୋକସଭା ନିର୍ବାଚନ ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପିଏମ୍ ସୟୀଦଙ୍କ ଜ୍ୱାଇଁ ପଦନାଥ ସଲିହଙ୍କ ଉପରେ ଆକ୍ରମଣ ହୋଇଥିଲା। ଏକ ପଡ଼ୋଶୀ ରାଜନୈତିକ କଳିରେ ହସ୍ତକ୍ଷେପ ପାଇଁ ପହଞ୍ଚିବା ପରେ ଫୈଜଲ ଓ ସାଥି ତାଙ୍କ ଉପରେ ଆକ୍ରମଣ କରିଥିଲେ।