ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟ୍, ଥାନାରେ ଅଭିଯୋଗ

Published By : Prameya-News7 Bureau | February 10, 2020 IST

ଭଦ୍ରକ ୧୦।୦୨: ଝିଅ ବାହାଘର ସରିଲା । ବକେୟା ଦେବାକୁ ଟଙ୍କା ଓ ଘର ଥିବା ସୁନାଗହଣା ଘର  ଲୁଟ୍ ହୋଇ।ଯାଇଛି ।  ଭଦ୍ରକ ଜିଲ୍ଲା ଟାଉନ ଥାନା ଅଧିନସ୍ଥ ଡଗମୁଣ୍ଡ ନିକଟରେ ଘଟିଛି ଲୁଟ୍‌ । ଥାନାରେ ଅଭିଯୋଗ ।

{"id":222673,"sizeSlug":"large"}

ସୂଚନାଯୋଗ୍ୟ ଯେ, ଘରୋଇ କଲେଜର ଅଧ୍ୟାପକ ଭାବେ ରବୀନ୍ଦ୍ର ଜେନା କାର୍ଯ୍ୟ କରୁଛନ୍ତି । ଗତ ୨୨ ତାରିଖରେ ରବିନ୍ଦ୍ରଙ୍କ ଝିଅ ବାହାଘର ହୋଇଥିଲା । ବାହାଘର  ଖର୍ଚ୍ଚ ବାବଦକୁ  ନେଇ ସମସ୍ତଙ୍କୁ ବକେୟା ଟଙ୍କା ପଇଠ କରିଥାନ୍ତେ ରବିନ୍ଦ୍ର । କିନ୍ତୁ ସ୍ତ୍ରୀ ଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ , ତାଙ୍କୁ ମେଡିକାଲ ନେଇଥିଲେ । ମେଡିକାଲରୁ ଫେରି ଦେଖିଲା ବେଳକୁ ଘରର ଗ୍ରୀଲ ଓ କବାଟ ଭାଙ୍ଗି ଟଙ୍କା ଓ ସୁନା ଗହଣା ଲୁଟିନେଇଛନ୍ତି ଚୋର । ତେବେ ଲୁଟ୍‌ ହୋଇଥିବା ସୁନା ଓ ଟଙ୍କାର ଆନୁମାନିକ ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଥାନାରେ ଲୁଟ୍‌ ନେଇ ଅଭିଯୋଗ  ହୋଇଛି । ଭଦ୍ରକ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.