ରେଢାଖୋଲରେ ବସ୍ରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ; ୨ଜଣ ଅଟକ
26/09/2018 at 10:35 AM

ସମ୍ବଲପୁର ୨୬|୯: ସମ୍ବଲପୁର ଜିଲ୍ଲା ରେଢାଖୋଲରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଜବତ ହୋଇଛି । ବସ୍ ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ରେଢାଖୋଲ ପୋଲିସ ବସଷ୍ଟାଣ୍ଡ ଉପରେ ଚଢାଉ କରିଥିଲା । ବସ୍ ରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ବୌଦ୍ଧରୁ ସମ୍ବଲପୁର ଯାଉଥିଲା ଯାତ୍ରୀବାହୀ ବସ୍ । ଏ ନେଇ ପୁଲିସ ଅଧିକ ଖୋଳତାଡ ଜାରି ରଖିଛି ।
Related Posts
ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ
5 February 2023