ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କରେ ଅଛି ବ୍ୟାଙ୍କ ବନ୍ଦ ହୋଇଗଲେ କେତେ ଟଙ୍କା ପାଇବେ, ଆପଣଙ୍କ ଟଙ୍କା କେତେ ସୁରକ୍ଷିତ – ପଢନ୍ତୁ ପୁରା ଖବର

20/10/2019 at 9:19 PM

ନୂଆଦିଲ୍ଲୀ୨୦|୧୦: ଆପଣ ଟଙ୍କା ବ୍ୟାଙ୍କରେ କେତେ ସୁରକ୍ଷିତ ଏହି ପ୍ରଶ୍ନ ବେଳେ ମନରେ ଉଠିଥାଏ କାରଣ ପଞ୍ଜାବ ଓ ମହାରାଷ୍ଟ୍ରର କୋ- ଅପ​‌ରେଟିଭ୍‌ ବ୍ୟାଙ୍କର ଗ୍ରାହକଙ୍କ ଟଙ୍କା ଉଠାଇ ପାରୁ ନାହାନ୍ତି। ଏହି ବ୍ୟାଙ୍କ ଉପରେ ଆରବିଆଇର କଟକଣା ଜାରି ହୋଇଛି। ୬ ମାସରେ ମାତ୍ର ୧ ହଜାର ଟଙ୍କା ଉଠାଇ ପାରିବେ ବୋଲି ପ୍ରଥମେ ଆରବିଆଇ କହିଥିଲେ। ଗ୍ରାହକ ବିରୋଧ କରିବା ପରେ ପୁଣି ୧୦ ହଜାରରୁ ବୃଦ୍ଧି କରି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେବା ପାଇଁ ଆରବିଆଇ ନିର୍ଦେଶ ଦେଇଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଣରେ ଗ୍ରାହକ ବହୁ ଅସୁବିଧା ସମ୍ମୁଖୀନ ହୋଇଥିଲେ। ଏପରିକି କିଛି ଗ୍ରାହକ ନିଜ ଟଙ୍କା ଉଠାଇ ନପାରି ଆତ୍ମହତ୍ୟାର ଧମକ ଦେଇଥିଲେ। ଏହି ସମୟରେ ସୋସିଆଲ ମିଡିଆ ଏଚଡିଏଫସି ବ୍ୟାଙ୍କର ପାସ୍‌ବୁକ୍ ଭାଇରାଲ ହୋଇଥିଲା। ଏହି ବ୍ୟାଙ୍କରେ ବହୁ ଲୋକ ଟଙ୍କା ସେଭିଙ୍ଗସ୍‌ କରିଥିଲେ। ସୋସିଆଲ ମିଡିଆରେ ଏକ ପାସ୍‌ବୁକରେ ଏକ ମୋହର ଲାଗିଥିଲା।

ଯଦି ବ୍ୟାଙ୍କ ଉପରେ କୌଣସି ସଙ୍କଟ ପରିସ୍ଥିତି ଆସିଲେ ଜମାକରୀଙ୍କୁ ଏକ ଲକ୍ଷ ଟଙ୍କା ମିଳିବ ବୋଲି ଏଥିରେ ଉଲ୍ଲେଖ ଥିଲା। ବ୍ୟାଙ୍କରେ ଜମାଥିବା ଟଙ୍କା ଡିଆଇଜିସି(Deposit Insurance and Credit Guarantee Corporation) ଇନସୁରାନ୍ସ ରେ ରହିଛି।  ବ୍ୟାଙ୍କ କୌଣସି ସଙ୍କଟ ପରିସ୍ଥିତିରେ ଫଶିଲେ ଡିଆଇଜିସି ବ୍ୟାଙ୍କ ଗ୍ରାହକଙ୍କୁ ପେମେଣ୍ଟ କରିବ।

ସୋସିଆଲ ମିଡିଆରେ ପାସ୍‌ବୁକ୍‌ ଭାଇରାଲ ହେବା ପରେ ଟ୍ବିଇଟ୍‌ ମାଧ୍ୟମରେ ଏଚଡିଏଫସି ବ୍ୟାଙ୍କ ନିଜର ମତ ପ୍ରକାଶ କରିଥିଲା। ୨୦୧୭ ମସିହା ଜୁନ୍ ୨୨ ତାରିଖରେ ରିଜର୍ଭ ବ୍ୟାଙ୍କ ନୂଆ ସର୍କୁଲାର ପାଇଁ ଷ୍ଟାମ୍ପ ମାରିଥିଲେ। ଏହା କେବଳ ଗୋଟିଏ ବ୍ୟାଙ୍କ ନୁହେ ବରଂ ଅନେକ ସ୍ମଲ ଓ ପେମେଣ୍ଟ ବ୍ୟାଙ୍କ ଉପରେ ନୂଆ ସର୍କୁଲାର ରିଜର୍ଭ ବ୍ୟାଙ୍କ ଜାରି କରିଥିଲେ। ଗ୍ରାହକମାନଙ୍କୁ ଏହି ସଂପର୍କରେ ଜଣାଇବା ପାଇଁ ବ୍ୟାଙ୍କ ବହିର ପ୍ରଥମ ପୃଷ୍ଠାରେ ସୂଚନା ଦିଆଯାଇଥିଲା। କୌଣସି ବ୍ୟାଙ୍କ ନିଜକୁ ଦେବାଳିଆ ଘୋଷଣା କଲେ  କିମ୍ବା ଅସୁବିଧାରେ  ପଡିଲେ ଜମା ରାଶି ଉପରେ ୧ ଲକ୍ଷ ଟଙ୍କା ଇନସୁରାନ୍ସ ଦିଆଯିବ ବୋଲି ରିଜର୍ଭ ନୂଆ ସର୍କୁଲାରେ ଘୋଷଣା କରିଥିଲେ। ଗ୍ରାହକଙ୍କ ଆକାଉଣ୍ଟରେ ଯେତେ ଟଙ୍କା ଥାଉ ଆପଣଙ୍କୁ ୧ଲକ୍ଷ ଟଙ୍କା ଇନସୁରାନ୍ସ ମିଳିବ। ଏପରିକି ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଏକ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି ବୋଲି କୁହାଯାଇ ପାରେ। ଆପଣ ଏକ ଲକ୍ଷ  ଟଙ୍କା ପର୍ଯ୍ୟନ୍ତ ମିଳିବ ।

ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ବହୁ ବିଚାର ବିମର୍ଶ ପରେ ଏହି ଇନସୁରାନ୍ସ ରାଶି ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ ବୋଲି ଆଶା କରାଯାଉଛି। ବହୁ ଦୁର୍ନୀତି ସାମ୍ନାକୁ ଆସିବା ପରେ ବ୍ୟାଙ୍କ ଉପରେ ଗ୍ରାହକଙ୍କ ଭରସା ଉଠି ଯାଇଥିଲା । ତେଣୁଏହଭିଳି ଏକ ବିକଳ୍ପ  ପନ୍ଥାକୁ ଚୟନ କରାଯାଇଛି।

ଏହିଭଳି କଲେ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ଉପରେ ଲୋକଙ୍କ ଭରସା ରହିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ବ୍ୟାଙ୍କ ଓ ଗ୍ରାହକଙ୍କ ଲାଭ ହେବ। ୨୦୧୭ ମସିହାରେ ଏକ ବିଲ ଆସିଥିଲା। ବିଲର ନାଁ ଥିଲା ଫାଇନାଂସିଆଲ ରିଜ୍ୟୁଲେସନ ଆଣ୍ଡ ଡିପୋଜିଟ୍‌ ଇନସୁରାନ୍ସ (FRDRI) ଏହା ସଂପର୍କରେ ଆଲୋଚନା ପରେ ମୋଦି ସରକାର ପୁଣି ଏହି ବିଲ ଫେରେଇ ନେଇଥିଲେ। କାହିଁକି ନା ଗ୍ରାହକଙ୍କ ଜମା ଟଙ୍କା ଉପରେ ସରକାରଙ୍କଠାରୁ ଅଧିକ ବ୍ୟାଙ୍କର ଅଧିକାର ରହିଛି। ଏହି ବିଲ ଆସିବା ପରେ ଗ୍ରାହକଙ୍କୁ ଟଙ୍କା ଦେବା ଲାଗି ବ୍ୟାଙ୍କ ମନା କରି ଦେଇ ପାରେ ତେଣୁ ମୋଦି ସରକାର ଏହି ବିଲ ଫେରାଇ ନେଇଥିଲେ। ଖାତାଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଏକ ବଣ୍ଡ ସିକ୍ୟୁରିଟି ଶେୟାର ଦିଆଯିବ ବୋଲି ଘୋଷିତ ସୂଚନା ଦିଆଯାଇଥିଲା । ଏହି ବିଲ ଦ୍ବାରା ସଙ୍କଟ ପରିସ୍ଥିତି ସୁଧିରିଯିବା ପରେ  ବ୍ୟାଙ୍କଗୁଡିକ ନିଜ ଗ୍ରାହକଙ୍କୁ ଟଙ୍କା ଦେଇ ପାରିଥାନ୍ତେ। ହେଲେ ବ୍ୟାଙ୍କ ୟୁନିୟନ ଓ ପିଏସୟୁ ବୀମା କମ୍ପାନୀ ଏହାକୁ ବିରୋଧ କରିଥିଲେ।

ଫାଇନାସିଆଲ ରିଜ୍ୟୁଲେସନ ଆଣ୍ଡ ଡିପୋଜିଟ୍‌ ଇନସୁରାନ୍ସ (FRDRI) ବିଲକୁ ସରକାର ନୂଆ ରୂପରେ ଆଣିବା  ପାଇଁ ଯାଉଛନ୍ତି। ସରକାରୀ ବ୍ୟାଙ୍କଗୁଡିକୁ ଏହି ଅଧିକାର ଦିଆଯାଇ ପାରିବ। ଗ୍ୟାରେଣ୍ଟି ଦିଆଯାଇଥିବା ଜମା ରାଶିକୁ ଫେରାଇବା ପରେ ବାକିଥିବା ଟଙ୍କାକୁ ସେମାନ ବିନିଯୋଗ କରୀ ପରେ ଅବସ୍ଥା ସୁଧୁରିଲେ ଫେରାଇ ପାରିବେ ।

   Related Posts