ମେଡିକାଲ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ନିଆଁରେ ପୋଡି ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ମେଡିସିନ୍

Published By : Prameya-News7 Bureau | December 25, 2020 IST

ବାଲେଶ୍ବର୨୫/୧୨: ମେଡିକାଲ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ। ବାଲେଶ୍ଵର ଜିଲ୍ଲା ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଶାରଳା ମେଡିକାଲ ଷ୍ଟୋରରେ ନିଆଁ ଲାଗି ଯାଇଥିଲା। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମେଡିସିନ ପୋଡ଼ି ନଷ୍ଟ ହୋଇଯାଇଛି।

ପ୍ରତ୍ୟେକ ଦିନ ଭଳି ରାତି ୧୧ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯିବା ପରେ ଏହି ନିଆଁ ଲାଗିଥିଲା। ସର୍ଟସାର୍କିଟ  ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି କୁହାଯାଉଛି। ତେବେ ହସ୍ପିଟାଲରେ ଥିବା ରୋଗୀ ସମ୍ପର୍କୀୟମାନେ ନିଆଁ ଦେଖି ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଏବଂ ସ୍ଥାନୀୟ ଜନସାଧାରଣ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନ ମଧ୍ୟରେ ଥିବା ଲକ୍ଷାଧିକ ଟଙ୍କାର ମେଡିସିନ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.