ଲଖିମପୁରା ମାମଲା: ମୃତ କୃଷକଙ୍କ ପରିବାରକୁ ୪୦-୪୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ

Published By : Prameya-News7 Bureau | October 04, 2021 IST

ଲଖିମପୁରା ୦୪/୧୦ : ଉତ୍ତର ପ୍ରଦେଶ ଲଖିମପୁରା ଖିରିରେ କୃଷକ ଓ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଥିବା ହିଂସାରେ ପ୍ରାଣ ହରାଇଥିବା ୪ ଚାଷୀ ପରିବାରକୁ ୪୦-୪୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା କରାଯିବ। ଏହାସହ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଓ ମାମଲାରେ ୮ ଦିନ ଭିତରେ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ। ସୋମବାର ସକାଳୁ ଦୁଇ ରାଉଣ୍ଡ ବୈଠକ ପରେ ପ୍ରଶାସନ ଓ କୃଷକଙ୍କ ମଧ୍ୟରେ ସହମତି ହୋଇଛି। ଏହାପରେ କୃଷକମାନେ ଶବ ବ୍ୟବଛେଦ ପାଇଁ ପଠାଇବା କଥା କହିଛନ୍ତି।

{"id":522105,"sizeSlug":"full","linkDestination":"none"}

ଏଡିଜି ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି ଯେ ସରକାରଙ୍କ ତରଫରୁ ୪୦-୪୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ କୃଷକ ବୀମାରୁ ୫-୫ ଲକ୍ଷ ଟଙ୍କା ସହାୟତା ଦିଆଯିବ। ଏହାସହ ପରିବାରର ଜଣେ ସଦସ୍ୟଙ୍କୁ ତାଙ୍କ ଯୋଗ୍ୟତା ଅନୁସାରେ ଚାକିରୀ ଦିଆଯିବ। ତାଛଡା ଆହତଙ୍କୁ ୧୦-୧୦ ଲକ୍ଷ ଟଙ୍କା ସାହାଯ୍ୟ ଦିଆଯିବ। କୃଷକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବ୍ୟତୀତ ମାମଲାରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ମଧ୍ୟ କରାଯିବ।

{"id":522106,"sizeSlug":"full","linkDestination":"none"}

ପ୍ରଶାନ୍ତ କୁମାର କହିଛନ୍ତି ଯେ ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ସେଥିପାଇଁ କୌଣସି ନେତା ଓ ମନ୍ତ୍ରୀଙ୍କୁ ସେହି ଅଞ୍ଚଳକୁ ଯିବାକୁ ଅନୁମତି ଦିଆଯାଇନାହିଁ। କିନ୍ତୁ କୃଷକ ୟୁନିୟନର ସଦସ୍ୟ ଓ କୃଷକ ନେତାଙ୍କ ଯିବା ଆସିବାରେ କୌଣସି ପ୍ରତିବନ୍ଧକ ନାହିଁ।

ଏପଟେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜଣେ ମୃତ ବ୍ୟକ୍ତି ବହରାଇଚର ନାନପାରାର ଯିଏକି ସମାଜବାଦୀ ପାର୍ଟିର ରୁଦ୍ରପୁର ୟୁନିଟର ଜିଲ୍ଳାଧ୍ୟକ୍ଷ। ଘଟଣାରେ ଏମିତି ଅନେକ ଲୋକ ସାମିଲ ଅଛନ୍ତି। ମାମଲାରେ ଏଫଆଇଆର ରୁଜ୍ଜୁ ହୋଇ ଯାଞ୍ଚ ହେବା ଉଚିତ। ସେ କହିଛନ୍ତି ଯେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରକୁ ଲାଠି ଓ ଖଣ୍ଡାରେ ହମଲା ହୋଇଥିଲା। ଆକ୍ରମଣକାରୀ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ରୀଙ୍କ ନାଁ ନେଇ ସେ କୃଷକଙ୍କ ଉପରକୁ ଗାଡି ଚାପି ଦଇଥିବା କଥା କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ତାଙ୍କ ପୁଅ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଘଟଣାସ୍ଥଳରେ ସେ ଉପସ୍ଥିତ ଥିଲେ ତାକୁ ପିଟିପିଟି ହତ୍ୟା କରାଦିଆଯାଇଥାନ୍ତା ବୋଲି ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.