ଲଖୀମପୁର ମାମଲାରେ ଶୁଣାଣି ଶେଷ ହେବାକୁ ଲାଗିବ ୫ ବର୍ଷ, ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଟ୍ରାଏଲ କୋର୍ଟ
12/01/2023 at 5:00 PM

ନୂଆଦିଲ୍ଳୀ, ୧୨/୦୧: ପାଞ୍ଚ ବର୍ଷ ଚାଲିପାରେ ଲଖିମପୁର ଖେରୀ ମାମଲା। ଏହି ମାମଲାର ଶୁଣାଣି କରୁଥିବା ବିଚାରବିଭାଗୀୟ କୋର୍ଟ ସୁପ୍ରିମକୋର୍ଟଙ୍କ ନିକଟରେ ଏହି ଉତ୍ତର ରଖିଛନ୍ତି। ବିଚାରବିଭାଗୀୟ କୋର୍ଟ କହିଛନ୍ତି ଯଦି ଏହାକୁ ଏକ ସାଧାରଣ ମାମଲା ଭଳି ଦେଖାଯାଏ ତେବ ଶୁଣାଣି ସରିବାରେ ପାଞ୍ଚ ବର୍ଷ ଲାଗିବ।
ପ୍ରକୃତରେ ସୁପ୍ରିମକୋର୍ଟ ଗତମାସରେ ଟ୍ରାଏଲ କୋର୍ଟକୁ ଏହି ମାମଲାର ଶୁଣାଣି କେତେ ସମୟ ମଧ୍ୟରେ ସରିବ ନେଇ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟ ପଚାରିଥିଲେ ସେହି କୋର୍ଟରେ ପଡ଼ି ରହିଥିବା ଅନ୍ୟ ମାମଲା ତଥା ପ୍ରାଥମିକତା ଥିବା ମାମଲା ସହ ସାଲିସ୍ ନକରି ଲଖିମପୁର ଖେରୀ ମାମଲାର ଶୁଣାଣି ଶେଷ କରିବାକୁ କେତେ ସମୟ ଲାଗିବ।
ଯାହାର ଉତ୍ତରରେ ଟ୍ରାଏଲ କୋର୍ଟ ୫ ବର୍ଷ ସମୟ ଲାଗିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ରାମାସୁବ୍ରମଣ୍ୟମ୍। ସୁପ୍ରିମକୋର୍ଟଙ୍କୁ ପଠାଇଥିବା ପତ୍ରରେ କୁହାଯାଇଛି ଏହି ମାମଲାରେ ୨୦୮ ସାକ୍ଷୀ, ୧୭୧ ଡକ୍ୟୁମେଣ୍ଟ ଏବଂ ୨୭ ଫରେନସିକ୍ ରିପୋର୍ଟ ରହିଛି। ଏହି ମାମଲାରେ ୪ ଜଣ ହେପାଜତରେ ଅଛନ୍ତି ।
ସୂଚନାଯୋଗ୍ୟ, ୩ ଅକ୍ଟୋବର ୨୦୨୧ ରେ ଲଖୀମପୁର ଖୀରୀର ଟିକୁନିଆରେ ହିଂସା ସମୟରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଠାରେ ଚାଷୀମାନେ ଉତ୍ତରପ୍ରଦେଶର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତର ବିରୋଧ କରୁଥିଲେ।
ଉତ୍ତର ପ୍ରଦେଶ ପୋଲିସ ପ୍ରାଥମିକ ଯାଞ୍ଚ ରିପୋର୍ଟରେ ଏକ ଏସୟୁଭି ଚାରିଜଣଙ୍କ ଉପରେ ଚଢ଼ାଇଦେଇଥିବା କହିଥିଲା ଯେଉଁଥିରେ ଆଶିଷ ମିଶ୍ରା ମଧ୍ୟ ଥିଲେ। ଘଟଣାରେ ଉତ୍ତେଜିତ ଚାଷୀ ଉକ୍ତ ଏସୟୁଭି ଡ୍ରାଇଭର ଏବଂ ଭାରତୀୟ ଜନତା ପାର୍ଟୀର ଦୁଇ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା କରିଥିଲେ। ହିଂସାରେ ଜଣେ ସାମ୍ବାଦିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ଗତ ବର୍ଷ ୬ ଡିସେମ୍ବରରେ ତଳ କୋର୍ଟ ଏହି ମାମଲାରେ ଅନ୍ୟ ୧୨ ଜଣଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଏବଂ ଅନ୍ୟ ଅପରାଧରେ ଗିରଫ କରାଯାଇଥିଲା।