ଦିଲ୍ଲୀ ହସ୍ପିଟାଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଞ୍ଚିଲା ୧୬ ଦମକଳ ଗାଡି

Published By : Prameya-News7 Bureau | June 05, 2024 IST

ନୂଆଦିଲ୍ଲୀ ୦୫।୦୬: ରାଜଧାନୀ ଦିଲ୍ଲୀର ଲାଜପତ ନାଗରର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ସେଠାରେ ଥିବା ଆଇ ସେଭେନ ହସ୍ପିଟାଲରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏହା ପରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଫାୟାର ବ୍ରିଗେଡ ଖବର ଦିଆଯାଇଥିଲ। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ଅଗ୍ନିଶମ ସେବା ଘଟଣାସ୍ଥଳକୁ ପ୍ରାୟ ୧୬ ଟି ଅଗ୍ନିଶମ ବାହିନୀ ପଠାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ବିଲଡିଂରୁ କଳା ଧୂଆଁ ବାହାରୁଥିବାର ଦେଖାଯାଇଥିଲା। ତେବେ ଏହି ନିଆଁ କିପରି ଲାଗିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ନିକଟରେ ଘଟଣାରେ ଦିଲ୍ଲୀର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡରେ ଅତି କମରେ ୭ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ଅଧିକାରୀଙ୍କ କହିବାନୁସାରେ, ସମୁଦାୟ ୧୨ ନବଜାତ ଶିଶୁଙ୍କୁ ଡାକ୍ତରଖାନାରୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.