ଅଘୋଷିତ ବିଦ୍ୟୁତ କାଟ୍ ପ୍ରତିବାଦରେ ତାତିଲେ ଲୋକେ, ରାସ୍ତାରୋକ ସହ ଲାଇନ୍ ମ୍ୟାନ୍ ଅଟକ

Published By : Prameya-News7 Bureau | May 25, 2022 IST

ବୌଦ୍ଧ ୨୫/୦୫: ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଅତିଷ୍ଟ ହେଲେଣି ଉପଭୋକ୍ତା । ବୌଦ୍ଧ ସଦର ବ୍ଲକ୍ ବଢ଼ିଗାଁ ଗ୍ରାମବାସୀଙ୍କ ବୌଦ୍ଧ- ବଘିଆପଡା ଅବରୋଧ । ସୂଚନା ଅନୁଯାୟୀ ବଢ଼ିଗାଁ ଗ୍ରାମରେ ଗତ ୧୦ ଦିନ ହେବ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ ଏହାକୁ ନେଇ ଉପଭୋକ୍ତା ମାନେ ବାରମ୍ବାର ବିଦ୍ୟୁତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ବି ସମସ୍ୟାରେ କିଛି ପରିବର୍ତ୍ତନ ହୋଇନଥିଲା ।

ଫଳରେ ଆଜି ସକାଳୁ ଶତାଧିକ ବିଦ୍ୟୁତ ଉପଭୋକ୍ତା ବୌଦ୍ଧ-ବଘିଆପଡା ପୂର୍ତ୍ତ ରାସ୍ତା ଅବରୋଧ କରିଛନ୍ତି । ଆଜି ଦୁଇ ଜଣ ଲାଇନ୍ ମ୍ୟାନ୍ ଗ୍ରାମକୁ ବିଦ୍ୟୁତ୍ ସଜାଡିବାକୁ ଯାଇଥିବା ବେଳେ ଉତ୍ୟକ୍ତ ଲୋକ ତାଙ୍କୁ ଅଟକ ରଖିଥିଲେ । ତେବେ ଉଭୟ ଦୁଇଜଣ ବିଦ୍ୟୁତ କର୍ମଚାରୀ ବାରମ୍ବାର ନିର୍ବାହି ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ବି କୌଣସି ବିଦ୍ୟୁତ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଲେ ନାହିଁ ।

ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ୍ ପହଞ୍ଚି ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ସହିତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ୍ ହଟିଥିଲା। ଆଗାମୀ ଦିନରେ ଯଦି ଏହି ସମସ୍ୟା ର ସମାଧାନ କରାନଯାଏ ତେବେ ଆନ୍ଦୋଳନ କୁ ତୀବ୍ରତର କରାଯିବା ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.